ଦ୍ୱିତୀୟ ଧନୀରୁ ଖସିଲେ ମସ୍କ

ଓ୍ବାଶିଂଟନ୍‌: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଆମେରିକା ଉଦ୍ୟୋଗପତି ତଥା ଟେସ୍‌ଲା କମ୍ପାନୀ ମାଲିକ ଏଲନ ମସ୍କ(୪୯)ଙ୍କ ସମ୍ପତ୍ତି ଗତ ଜାନୁୟାରୀରୁ ୨୪ ପ୍ରତିଶତ ହ୍ରାସ ପାଇଛି। ଫଳରେ ସେ ତାଙ୍କ ଦ୍ୱିତୀୟ ଧନୀ ମାନ୍ୟତା ହରାଇଛନ୍ତି। ଫ୍ରାନ୍ସ କମ୍ପାନୀ ଏଲ୍‌ଭିଏମ୍‌ଏଚ୍‌ର ଚେୟାରମ୍ୟାନ ବର୍ନାଡ ଆର୍‌ନଲ୍ଟ(୭୨) ମସ୍କଙ୍କ ସ୍ଥାନ ନେଇଛନ୍ତି। ଚାଇନାରେ ବୈଦ୍ୟୁତିକ ଯାନ ନିର୍ମାଣକାରୀ କମ୍ପାନୀ ଟେସ୍‌ଲାର ବ୍ୟବସାୟ କମିବାରୁ ଏବଂ ଏହାର ଶେୟାର ମୂଲ୍ୟ ହ୍ରାସ ପାଇବା ଯୋଗୁ ମସ୍କ ତୃତୀୟକୁ ଖସିଛନ୍ତି। ଚଳିତ ବର୍ଷ ମସ୍କଙ୍କ ସମ୍ପତ୍ତି ୯.୧ ବିଲିୟନ ଡଲାର କମିଥିବା ଜଣାଯାଇଛି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ୧୬୦ ବିଲିୟନ ଡଲାର ରହିଛି। ଅନ୍ୟପକ୍ଷରେ ଆର୍‌ନଲ୍ଟଙ୍କ ସମ୍ପତ୍ତି ୪୭ ବିଲିୟନ ଡଲାର ବୃଦ୍ଧି ପାଇ ୧୬୧.୨ ବିଲିୟନ ଡଲାରରେ ପହଞ୍ଚିଛି।

Share