ସ୍ପେଶ୍‌ ଏକ୍ସ’ର ୨ ମହିଳା କର୍ମଚାରୀଙ୍କ ସହ ଯୌନ ସମ୍ବନ୍ଧ ରଖିଥିଲେ ମସ୍କ

ସାନ୍‌ ଫ୍ରାନ୍ସିସ୍କୋ, ୧୩।୬: ଆମେରିକୀୟ ମହାକାଶ ଯାନ ନିର୍ମାତା କମ୍ପାନୀ ସ୍ପେଶ୍‌ ଏକ୍ସ’ର ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ସାମ୍‌ନାକୁ ଆସିଛି। ସେ ସ୍ପେଶ ଏକ୍ସ’ର ଜଣେ ଇଣ୍ଟର୍ନ ଓ ଜଣେ ମହିଳା କର୍ମଚାରୀଙ୍କ ସହ ଯୌନ ସମ୍ବନ୍ଧ ରଖିଥିବା ନେଇ ଅଭିଯୋଗ ଆସିଛି। ବୁଧବାର ପ୍ରକାଶିତ ହୋଇଥିବା ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ର ରିପୋର୍ଟ ଅନୁଯାୟୀ ମସ୍କ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କୁ ତାଙ୍କର ଶିଶୁ ଜନ୍ମ କରିବାକୁ କହିଛନ୍ତି। ସେହିପରି ମସ୍କ ନିଜ ସ୍ପେଶ ଏକ୍ସ’ ଓ ଟେସଲା କମ୍ପାନୀର ବାତାବରଣ ଏପରି ସୃଷ୍ଟି କରିଛନ୍ତି, ଯେଉଁଥିରେ ମହିଳା କର୍ମଚାରୀମାନେ କାର୍ଯ୍ୟ କରିବାକୁ ଅସହଜ ଅନୁଭବ କରୁଥିଲେ ବୋଲି ଏହି ରିପୋର୍ଟ କହିଛି।

Share