ମନ୍ତ୍ରୀ ହେବେ ମସ୍କ! ଟ୍ରମ୍ପଙ୍କ ଅଫର ସ୍ବୀକାର କଲେ ଟେଲସା ମୁଖ୍ୟ

ଓ୍ବାଶିଂଟନ,୨୦।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ଅଭିଯାନ ଜାରି ରହିଛି। ଏହି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ନାଗରିକଙ୍କୁ ବଡ଼ ପ୍ରତିଶୃତି ଦେଉଛନ୍ତି। ଏହି କ୍ରମରେ ସେ ଟେସଲା ମାଲିକ ତଥା ପ୍ରସିଦ୍ଧ ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କଙ୍କୁ ଏକ ବଡ଼ ଅଫର ଦେଇଥିଲେ। ସେ କହିଛନ୍ତି ଯେ ଯଦି ନିର୍ବାଚନରେ ସେ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୁଅନ୍ତି, ତେବେ ସେ ଏଲୋନ ମସ୍କଙ୍କୁ ମନ୍ତ୍ରୀ ପଦ କିମ୍ବା ସରକାରରେ ଜଣେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଦାତା ଭାବରେ ସୁଯୋଗ ଦେବେ। ବିଶେଷ କଥା ହେଉଛି ଏଲୋନ ମସ୍କ ଏହି ଅଫରକୁ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାର୍ଥୀତାକୁ ଏଲୋନ ମସ୍କ ସମର୍ଥନ କରୁଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କ କଥାକୁ ନେଇ ଲେଖାଯାଇଛି କି, ଯଦି ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ମସ୍କଙ୍କୁ କ୍ୟାବିନେଟ ମନ୍ତ୍ରୀ ଅବା ଆଡଭାଇଜର ପୋଷ୍ଟ ଅଫର କରିବେ।

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଘୋଷଣା ପରେ ୟୁଜର୍ସମାନେ ଏକ୍ସରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଏଲୋନ ମସ୍କକୁ ଏକ ସ୍ବତନ୍ତ୍ର ମନ୍ତ୍ରୀ ପୋର୍ଟଫୋଲିଓ ‘ସରକାରୀ ଦକ୍ଷତା ବିଭାଗ’ ପ୍ରଦାନ କରିବାକୁ କହିଥିଲେ, ଯେଉଁଥିରେ ଏଲୋନ ମସ୍କ ଖୁସି ବ୍ୟକ୍ତ କରିଥିଲେ ଏବଂ ଏହା ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ। କେବଳ ଏତିକି ନୁହେଁ, ଏଲୋନ ମସ୍କ ଏହି ମନ୍ତ୍ରୀ ପଦର ଫଟୋ ଫଟୋକ୍ସରେ ପ୍ଲେଟ ସହିତ ଶେୟାର କରି ଲେଖିଛନ୍ତି ଯେ ମୁଁ ଏହି ମନ୍ତ୍ରୀ ପଦ ସହିତ କାମ କରିବାକୁ ପ୍ରସ୍ତୁତ ଅଛି।

Share