ଏକ୍ସମେଲ୍‌ ଆଣିବେ ମସ୍କ

ଓ୍ବାଶିଂଟନ,୨୪।୨: ଜିମେଲ୍‌ର ବିକଳ୍ପ ଭାବେ ଏକ୍ସମେଲ୍‌ ଖୁବ୍‌ଶୀଘ୍ର ଆସିବ ବୋଲି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ର ମାଲିକ ଏଲନ୍‌ ମସ୍କ ସୂଚନା ଦେଇଛନ୍ତି। ତେବେ କେବେଠାରୁ ଏକ୍ସମେଲ୍‌ ଉପଲବ୍ଧ ହେବ ତାହା ସେ ଜଣାଇ ନାହାନ୍ତି। ନିଜର ଚାଟ୍‌ ଜିପିଟି ଭର୍ସନ ଉନ୍ମୋଚନ କରିବା ଅବସରରେ ଆଗକୁ ଏକ୍ସମେଲ୍‌ ଲଞ୍ଚ ହେବାକୁ ଯାଉଛି ବୋଲି ମସ୍କ ସ୍ପଷ୍ଟ କରିଥିଲେ। ଫଳରେ ଏହା ଗୁଗଲ୍‌ର ଜିମେଲ୍‌ ସେବା ସହ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆ ନେଟ୍‌ଓ୍ବର୍କରେ ଏକ ଜାଲ୍‌ ଫଟୋ ପ୍ରସାରିତ ହେବା ପରେ ଜିମେଲ୍‌ ବନ୍ଦ ହୋଇଯିବା ନେଇ ଗୁଜବ ପ୍ରକାଶ ପାଇଛି।

Share