କେଜ୍‌ ଫାଇଟରେ ମୁହାଁମୁହିଁ ହେବେ ମସ୍କ- ଜୁକରବର୍ଗ, ଲାଇଭ ଷ୍ଟ୍ରିମିଂ ଏକ୍ସରେ…

ଓ୍ବାଶିଂଟନ,୭।୮ : ଦୁନିଆର ଦୁଇ ବଡ ବ୍ୟକ୍ତିତ୍ୱ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ଟୁଇଟର (ଏକ୍ସ) ସିଇଓ ଏଲନ ମସ୍କ ଏବଂ ମେଟା (ଫେସବୁକ) ସିଇଓ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ଏକ କେଜ ଲଢ଼େଇ ହେବାକୁ ଯାଉଛି।
ଏହି ଲଢ଼େଇ ଲାଇଭ ଷ୍ଟ୍ରିମିଂ ହେବ, ଯାହାକୁ ୟୁଜର ଏକ୍ସ ଅର୍ଥାତ ଟୁଇଟରରେ ଦେଖିପାରିବେ। ଏକ୍ସରେ ଏଲନ ମସ୍କ ଏହି ଲଢ଼େଇ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଲଢ଼େଇରୁ ଅର୍ଜିତ ଟଙ୍କାକୁ ଦାନ ଭାବେ ଦିଆଯିବ ।

ମସ୍କ ଟୁଇଟ କରି ଲେଖିଛନ୍ତି, ଏଲନ ବନାମ ଜୁକରବର୍ଗଙ୍କ ଯୁଦ୍ଧ ଏକ୍ସରେ ସିଧା ପ୍ରସାରଣ ହେବ। ସମସ୍ତ ଅର୍ଥକୁ ଦାନ କରାଯିବ । ଅବଶ୍ୟ, ଜୁକରବର୍ଗ ତାଙ୍କ ନୂତନ ଭାବରେ ଆରମ୍ଭ ହୋଇଥିବା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଥ୍ରେଡ୍ସରେ ଲେଖିଥିଲେ ଏକ୍ସ ଟଙ୍କା ସଂଗ୍ରହ କରିବା ପାଇଁ ଏକ ବିଶ୍ୱାସନୀୟ ପ୍ଲାଟଫର୍ମ ନୁହେଁ।

ବୈଷୟିକ ଶିଳ୍ପର ଦୁଇ ବଡ ପ୍ରତିଭା ପରସ୍ପରକୁ ପରାସ୍ତ କରିବାକୁ ପ୍ରତିଯୋଗିତା ଆରମ୍ଭ କରିଛନ୍ତି। ମେଟା ଏକ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିକଟରେ ଏହାର ମାଇକ୍ରୋବ୍ଲଗିଂ ଆପ ଥ୍ରେଡ୍ସ ଲଞ୍ଚ କରିଛି ।

Share