Posted inଫୁରସତ

ମିରର୍‌ ରାଇଟିଂରେ ପାରଙ୍ଗମ ମୁସ୍କାନ୍‌

ଭଲ ପାଠପଢ଼ିବା, ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତା ସବୁଥିରେ ସେ ଆଗୁଆ। ତଥାପି କିଛି ଭିନ୍ନ କରି ନିଜର ପରିଚୟ ଗଢ଼ିବାକୁ ସେ ସର୍ବଦା ଉଦ୍ୟମରତ। ଆଉ ଦୃଢ଼ ମନୋବଳ ଏବଂ ପ୍ରଚେଷ୍ଟା ଦ୍ୱାରା ଆଜି ସେ ନା କେବଳ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରିଛନ୍ତି ବରଂ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ହେଉଛନ୍ତି, ଜଟଣୀ ବ୍ଲକ ତରାବୋଇ ଗ୍ରାମର ମା’ ସଞ୍ଜିତା ବାନୋ ଏବଂ ବାପା ଶେଖ୍‌ ସମ୍‌ସେରଙ୍କ ଝିଅ ମୁସ୍କାନ୍‌ ତେହସିନ। ସେ ଜଣେ ମେଧାବୀ ଛାତ୍ରୀ ହେବା ସହ ଦୁଇ ହାତରେ କଲମ ଧରି ଏକ ସମୟରେ ନିର୍ଭୁଲ ଭାବେ ୨ଟି ଭାଷାରେ ସୁନ୍ଦର ଭାବେ ଲେଖିପାରନ୍ତି। ଦର୍ପଣ ଛବି (ମିରର ରାଇଟିଂ)ରେ ଓଲଟା ଅକ୍ଷର ଲେଖିବାରେ ମୁସ୍କାନ ବେଶ୍‌ ପାରଙ୍ଗମ। ଓଡ଼ିଆ, ଇଂଲିଶ୍‌, ହିନ୍ଦୀ, ସଂସ୍କୃତ ଏବଂ ଊର୍ଦ୍ଦୁ ଭାଷାରେ ଲେଖି ନିଜ ପାରଦର୍ଶିତାର ପରିଚୟ ଦେଇଛନ୍ତି। ଜାତୀୟ ସଙ୍ଗୀତକୁ ସେ ୫ଟି ଭାଷାରେ ଉଭୟ ହାତରେ ଏବଂ ମିରର ରାଇଟିଂ (ଦର୍ପଣରେ ଓଲଟା ଲେଖା) ଲେଖି ଏବେ ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସରେ ସ୍ଥାନ ପାଇଛନ୍ତି। ତାଙ୍କର ଏହି ନିଆରା ପ୍ରତିଭା ସମ୍ପର୍କିତ ଖବର ପ୍ରଚାରିତ ହେବା ପରେ ମୁସ୍କାନ୍‌ଙ୍କୁ କଲେଜରେ ଅଧ୍ୟାପିକା, ଅଧ୍ୟାପକ, ସହପାଠୀ, ପରିବାର ଏବଂ ବନ୍ଧୁବର୍ଗଙ୍କ ନିକଟରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି। ବର୍ତ୍ତମାନ ମୁସ୍କାନ୍‌ ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ପଦାର୍ଥ ବିଜ୍ଞାନ ଶେଷବର୍ଷର ଛାତ୍ରୀ। ସେ କୁହନ୍ତି, ‘ଲକ୍‌ଡାଉନ ସମୟରେ କଲେଜ ବନ୍ଦ ହୋଇଗଲା। ଦୁଇ ହାତରେ କଲମ ଧରି ଲେଖିବା ଆରମ୍ଭ କରିଥିଲି। ଘରେ ପାଠପଢ଼ା ସହ ମୋର ଏହି ଅଭ୍ୟାସ ଜାରି ରଖିଥିଲି। ଏବେ ଏହା ମୋର ଅଭ୍ୟାସରେ ପରିଣତ ହୋଇଯାଇଛି। ଏକା ସମୟରେ ଦୁଇ ହାତରେ କଲମ ଧରି ଦୁଇଟି ଭାଷାରେ ଯେକୌଣସି ବିଷୟକୁ ଲେଖିପାରୁଛି। ମୋର ଏହି କଳା ସମ୍ପର୍କରେ ଜାଣିବା ପରେ ଆଗକୁ ବଢ଼ିବା ଲାଗି ମା’ବାପା ପ୍ରେରଣା ଦେଇଥିଲେ।’ ତରାବୋଇଠାରୁ ଖୋର୍ଦ୍ଧା ପ୍ରାୟ ୧୫ କିମି ସାଇକଲ ଚଢ଼ି କଲେଜ ଯାଉଥିବା ମୁସ୍କାନ୍‌ ଦୃଢ଼ ଇଚ୍ଛା ଶକ୍ତି ବଳରେ ସଫଳତା ହାସଲ କରିବା ସହ ଭବିଷ୍ୟତରେ ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ

ଟୋକିଓ: ବିଶ୍ୱରେ ପ୍ରଥମ ଥର ପାଇଁ ୩ଡି-ପ୍ରିଣ୍ଟେଡ୍‌ ଉପାଦାନର ବ୍ୟବହାର କରାଯାଇ ୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏକ ରେଳଷ୍ଟେଶନର ନିର୍ମାଣ କରାଯାଇଛି। ନ୍ୟୁୟର୍କ...

ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ବଢୁଛି କ୍ୟାନ୍ସର, ଜାଣନ୍ତୁ କିପରି କରିବେ ମୁକାବିଲା

ନୂଆଦିଲ୍ଲୀ,୧୫।୪: ଗତ କିଛି ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ କାରଣରୁ ବାତ୍ୟା, ଭୂମିକମ୍ପ, ବନ୍ୟା, ଜ୍ୱାଳାମୁଖୀ ଉଦଗୀରଣ ଭଳି ରେକର୍ଡ ସଂଖ୍ୟକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ...

Video:ସିଂହ ସହ ଫଟୋ ଉଠାଇବାକୁ ଯାଇଥିଲେ ଏହି ବ୍ୟକ୍ତି, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଭିଡିଓ ଭାଇରାଲ ହେବାରେ ଲାଗିଛି। ସିଂହ ସହ ଫଟୋ ଉଠାଇବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ଜୀବନ କିପରି ବିପଦରେ...

ଓଡ଼ିଆ ନୂଆବର୍ଷର ସଂକଳ୍ପ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି...

ମହାବିଷୁବ ସଂକ୍ରାନ୍ତି: ଓଡ଼ିଆଙ୍କ ପାଇଁ ବଡ଼ଦିନ

ମହାନ୍‌ ଉତ୍କଳ ସଂସ୍କୃତିର ବର୍ଷ ଆରମ୍ଭ ହୁଏ ମହାବିଷୁବ ସଂକ୍ରାନ୍ତିରୁ। ତେଣୁ ଏହି ଦିନକୁ ସମଗ୍ର ଓଡ଼ିଶାର ପୁରପୁଲ୍ଲୀରେ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ।...

Video : ଟ୍ରମା ସେଣ୍ଟରରେ ସିଧା ଆମ୍ବୁଲାନ୍ସ ପହଞ୍ଚାଇ ଦେଲେ ଡ୍ରାଇଭର, ଲୋକେ କହିଲେ ଡାକ୍ତର ଚଲାଉଥିଲେ କି ଗାଡ଼ି?

ନୂଆଦିଲ୍ଲୀ,୧୪।୪: ଯେତେବେଳେ କେହି ଅସୁସ୍ଥ ହୁଅନ୍ତି କିମ୍ବା ଦୁର୍ଘଟଣା ଘଟେ, ପ୍ରଥମେ ଆମ୍ବୁଲାନ୍ସକୁ ଡକାଯାଏ। ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଚାଲିଯାଏ,...

ଜଣାପଡ଼ିଲା କେଉଁ ଫୋନ ବ୍ୟବହାର କରୁଛନ୍ତି ବିରାଟ କୋହଲି, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ,୧୩।୪: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଖେଳାଳି ବିରାଟ କୋହଲି କେବଳ ତାଙ୍କର ଚମତ୍କାର ଖେଳ ପାଇଁ ନୁହେଁ ବରଂ ତାଙ୍କର ଜୀବନଶୈଳୀ ଏବଂ ଗ୍ୟାଜେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image