ନୂଆଦିଲ୍ଲୀ, ୧୪।୪: ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ନାଁରେ ଆମେରିକାର ଏକ କୋର୍ଟରେ ମାମଲା ଦାୟର କରାଯାଇଛି। ଟୁଇଟରରେ ନିଜ ଶେୟାର କ୍ରୟ କରିଥିବା ସମ୍ପର୍କରେ ଜାଣିଶୁଣି ବିଳମ୍ବରେ ଘୋଷଣା କରିଥିବା ଆରୋପ ତାଙ୍କ ଉପରେ ଲଗାଯାଇଛି। ଆମେରିକାର ମାନ୍ହଟ୍ଟାନର ଫେଡେରାଲ କୋର୍ଟରେ ମସ୍କଙ୍କ ନାମରେ ଟୁଇଟରର କିଛି ପୂର୍ବ ଶେୟାରଧାରକ ମକଦ୍ଦମା ଦାୟର କରିଛନ୍ତି। ସେମାନେ କୋର୍ଟରେ ମସ୍କଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।