ନଭେମ୍ବର ୧୭ରେ ଶକ୍ତିଶାଳୀ ରକେଟ୍‌ ଲଞ୍ଚ କରିବେ ଏଲନ ମସ୍କ

ଓ୍ବାଶିଂଟନ,୧୨।୧୧: ସ୍ପେସଏକ୍ସ ମାଲିକ ଏଲନ ମସ୍କ ପୁଣି ଥରେ ନିଜର ସୁପର ହେଭି ରକେଟ ଷ୍ଟାରଶିପ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଏହାକୁ ୧୭ ନଭେମ୍ବରରେ ଲଞ୍ଚ କରିବେ। ତଥାପି ଏହାର ରେଗୁଲେଟୋରି ଆପ୍ରୁଭାଲ୍‌ ଅଛି। ଏହାପୂର୍ବରୁ ଏପ୍ରିଲ ମାସରେ ଷ୍ଟାରଶିପ ଲଞ୍ଚ କରାଯାଇଥିଲା ଯାହା ସଫଳ ହୋଇ ନ ଥିଲା ଏବଂ ଏହା ବିସ୍ଫୋରଣ ହୋଇଥିଲା।
ଷ୍ଟାରଶିପର ଦ୍ୱିତୀୟ ପରୀକ୍ଷଣର ଉଦ୍ଦେଶ୍ୟ ହେଉଛି ପୂର୍ବ ଚ୍ୟାଲେଞ୍ଜଗୁଡ଼ିକୁ ଦୂର କରିବା। ଷ୍ଟାରଶିପର ବିକାଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହାକି ସମ୍ପୂର୍ଣ୍ଣ ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ସିଷ୍ଟମ ସହିତ ଡିଜାଇନ ହୋଇଛି। ଏହା ପୃଥିବୀ କକ୍ଷପଥ, ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ମଣିଷ ଏବଂ ମାଲ ପରିବହନ କରିବାରେ ସକ୍ଷମ ହେବ।
ଷ୍ଟାରଶିପ ସୁପର ହେଭି ସ୍ପେସଏକ୍ସର ନିଜସ୍ବ ୩୩ ରାପ୍ଟର ଇଞ୍ଜିନ ଦ୍ୱାରା ଚାଳିତ ଯାହା ତରଳ ମିଥେନ ଏବଂ ଅମ୍ଳଜାନରେ ଚାଲିଥାଏ। ସୁପର ହେଭି ଷ୍ଟାରଶିପ ୧୧୮ ମିଟର ଉଚ୍ଚରେ ଅବସ୍ଥିତ ଏବଂ ଓଜନ ୪୪୦୦ ଟନ। ଟେକ୍ସାସର ବୋକା ଚିକାସ୍ଥିତ ସ୍ପେସ୍‌ଏକ୍ସର ଷ୍ଟାରବେସରେ ଏହା ଲଞ୍ଚ ହେବ।
ଏହାପୂର୍ବରୁ ୨୦ ଏପ୍ରିଲରେ ଷ୍ଟାରଶିପ ପରୀକ୍ଷା କରାଯାଇଥିଲା। ଅବଶ୍ୟ ଏହାର ଆରମ୍ଭ ହେବାର କିଛି ମିନିଟ ପରେ ଷ୍ଟାରଶିପ ବିସ୍ଫୋରଣ ହୋଇଥିଲା।

Share