Posted inଜାତୀୟ

ହରିୟାଣାରେ ମୁସଲିମ୍‌ ବ୍ୟବସାୟୀଙ୍କୁ ଟାର୍ଗେଟ୍‌

ନୂଆଦିଲ୍ଲୀ, ୪ା୭: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତକର ପରିବେଶ ରହିଛି। ଏହାଦ୍ୱାରା ହିନ୍ଦୁ-ମୁସଲିମ୍‌ ସମ୍ପର୍କ ଅନେକାଂଶରେ ପ୍ରଭାବିତ ହୋଇଛି। ରାଜସ୍ଥାନର ଉଦୟପୁରରେ ଜଣେ ଦରଜି ଏବଂ ମହାରାଷ୍ଟ୍ରର ଅମରାବତୀରେ ଔଷଧ ଦୋକାନୀଙ୍କୁ ନୂପୁରଙ୍କୁ ସମର୍ଥନ ପାଇଁ କେତେଜଣ ମୁସଲମାନ ହତ୍ୟା କରିଛନ୍ତି। ଏଭଳିସ୍ଥଳେ ହରିୟାଣାର ମାନେସରଠାରେ ‘ହିନ୍ଦୁ ସୋସାଇଟି’ ଦ୍ୱାରା ଆୟୋଜିତ ଏକ ପଞ୍ଚାୟତ(ବୈଠକ)ରେ ମୁସଲମାନ ବ୍ୟବସାୟୀଙ୍କୁ ଅର୍ଥନୈତିକ ବାସନ୍ଦ କରିବା ନିମନ୍ତେ ଆହ୍ବାନ ଦିଆଯାଇଛି। ଏଥିପାଇଁ ଗ୍ରାମ ସ୍ତରରେ କମିଟି ଗଠନ କରାଯାଇ ମୁସଲମାନ ଦୋକାନୀ ଏବଂ ବେପାରୀଙ୍କଠାରୁ କୌଣସି ସାମଗ୍ରୀ ନ କିଣିବା ପାଇଁ ଅଭିଯାନ ଚଳାଇବାକୁ ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଛି।

ମାନେସରର ଏକ ମନ୍ଦିରରେ ରବିବାର ଆୟୋଜିତ ଉକ୍ତ ପଞ୍ଚାୟତରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ। ସେଥିମଧ୍ୟରେ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ସମେତ ମାନେସର, ଧରୁହେରା, ଗୁରୁଗ୍ରାମ ଆଖପାଖ ଗ୍ରାମରୁ ଲୋକ ଥିଲେ। ବେଆଇନ ଭାବେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରି ବିତାଡ଼ିତ କରିବା ପାଇଁ ପଞ୍ଚାୟତ ସଦସ୍ୟମାନେ ଏକ ସ୍ମାରକପତ୍ର ମାଧ୍ୟମରେ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଦାବି କରିଛନ୍ତି। ଅନୁପ୍ରବେଶକାରୀମାନେ ଧର୍ମାନ୍ତରୀକରଣରେ ନିୟୋଜିତ ଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ମାରକପତ୍ରରେ ଦର୍ଶାଯାଇଛି।
ମାନେସରର ବିଶ୍ୱହିନ୍ଦୁ ପରିଷଦ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସିଂ କହିଛନ୍ତି ଯେ, ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି। ଅନେକ ରୋହିଙ୍ଗ୍ୟା, ବାଂଲାଦେଶୀ, ପାକିସ୍ତାନୀ ନିଜ ଅସଲ ପରିଚୟ ଲୁଚାଇ ବେଆଇନ ଭାବେ ମାନେସର ଏବଂ ଗୁରୁଗ୍ରାମରେ ରହିିି ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରଶାସନକୁ ଏକ ସପ୍ତାହ ସମୟ ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ହିନ୍ଦୁ ସୋସାଇଟି ପଦକ୍ଷେପ ନେବ ବୋଲି ସିଂ କହିଛନ୍ତି। ମୁସଲମାନ ବ୍ୟବସାୟୀମାନେ ଜୁସ୍‌, ସାଲୁନ ଭଳି କେତେକ ଦୋକାନ ହିନ୍ଦୁ ଦେବଦେବୀଙ୍କ ନଁାରେ ଚଳାଉଛନ୍ତି। ଏହା ଏକ ଷଡ଼ଯନ୍ତ୍ର। ତେଣୁ ଅର୍ଥନୈତିକ ବାସନ୍ଦ ହିଁ ଏକମାତ୍ର ସମାଧାନ ବୋଲି ପଞ୍ଚାୟତରେ ଅନେକ ବକ୍ତା କହିଛନ୍ତି।
ସୂଚନାଥାଉ କି, ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ବୁଧବାର ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ସଦସ୍ୟମାନେ ଏକ ଶୋଭାଯାତ୍ରା ବାହାର କରିଥିଲେ। ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା ଭଳି ଅପମାନଜନକ ଭାଷାରେ ସ୍ଲୋଗାନ ଦିଆଯାଇଥିବାରୁ ଗୁରୁଗ୍ରାମ ପୋଲିସ ଶୋଭାଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜାମା ମସ୍‌ଜିଦ୍‌ ନିକଟରେ ମୁସଲିମ୍‌ ସମ୍ପ୍ରଦାୟ ବିରୋଧରେ ଉତ୍ତେଜକ ସ୍ଲୋଗାନ ଦିଆଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜଆଡୁ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ସୀମାରେ ମହାଭାରତ

ଢାକା/କୋଲକାତା,୧୮।୧: ପଶ୍ଚିମବଙ୍ଗର ବାଂଲାଦେଶ ସୀମାରେ ଏକ ବଡ଼ ଉତ୍ତେଜନା ଦେଖାଦେଇଥିଲା। ବାଡ଼ ଅଭାବରୁ, ଶହ ଶହ ବାଂଲାଦେଶୀ ଚାଷୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।...

ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରୟାଗରାଜ,୧୮।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ଏବେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ...

କେଜରିଓ୍ବାଲଙ୍କ ଉପରେ ପଥରମାଡ଼, ଏଏପି କହିଲା ହାରିବା ଭୟରେ ଭାଜପା…

ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟି (ଏଏପି) ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ଏକ ବଡ଼ ଅଭିଯୋଗ ଆଣିଛି। ଆମ ଆଦମୀ ପାର୍ଟି କହିଛି ଯେ...

‘ପାକିସ୍ତାନୀ ଆତଙ୍କବାଦ ଏକ କ୍ୟାନସର, ଯାହା ଏବେ ନିଜକୁ ଖାଇ ଚାଲିଛି,’ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୧୮।୧: ପଡ଼ୋଶୀ ଦେଶ ପାକିସ୍ତାନର ପରିସ୍ଥିତି ଉପରେ କଟାକ୍ଷ କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ ପାକିସ୍ତାନକୁ ଏହାର ବର୍ତ୍ତମାନର ସମସ୍ୟା ପାଇଁ...

ଜଜଙ୍କ ସାମ୍ନାରେ ଚମକାଇବା ଭଳି କଥା କହିଲେ ସଞ୍ଜୟ, ଏହି ମାମଲାରେ ଜଣେ ଆଇପିଏସ୍‌ ସମ୍ପୃକ୍ତ…

କୋଲକାତା,୧୮।୧: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟିରେ ନିୟୋଜିତ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ସିଆଲଦା କୋର୍ଟ...

କୋଲକାତା ଆର.ଜି କର ବଳାତ୍କାର ହତ୍ୟା ମାମଲା: ସୋମବାର ଦଣ୍ଡ ଘୋଷଣା

କୋଲକାତା,୧୮।୧: ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଜଣେ ମହିଳା ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ସିଆଲଦା ସିଭିଲ ଏବଂ ଫୌଜଦାରୀ...

କୋଲକାତା ଆର୍‌.ଜି କର ହସ୍ପିଟାଲ ଘଟଣା: ୧୬୧ ଦିନ ପରେ ମିଳିଲା ନ୍ୟାୟ, ସଞ୍ଜୟ ରୟଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

କୋଲକାତା,୧୮।୧: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟିରେ ନିୟୋଜିତ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ସିଆଲଦହ କୋର୍ଟ...

ଭଡ଼ାଟିଆଙ୍କୁ ମିଳିବ ମାଗଣା ବିଜୁଳି: କେଜ୍‌ରିଓ୍ବାଲ୍‌ଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image