Categories: ଜାତୀୟ

ମନ୍ଦିର ପାଇଁ ଅଢେଇ କୋଟିର ଜମି ଦାନ କଲେ ମୁସଲମାନ ପରିବାର

ପାଟନା,୨୨ ।୩: ବିହାରର ଏକ ମୁସଲମାନ ପରିବାର ଭାଇଚାରାର ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି । ରାଜ୍ୟର ପୂର୍ବ ଚମ୍ପାରନ ଜିଲାର କୈଥବଲିୟା ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ଏକ ମନ୍ଦିର ପାଇଁ ଉକ୍ତ ମୁସଲମାନ ପରିବାର ୨.୫ କୋଟି ଟଙ୍କାର ଜମି ଦାନ କରିଥିବା ଜଣାପଡିଛି । ଏହା ବିଶ୍ୱର ସବୁଠାରୁ ବଡ ରାମାୟଣ ମନ୍ଦିର ହେବ ବୋଲି କୁହାଯାଉଛି ।

ଏହି ସୂଚନା ମହାବୀର ମନ୍ଦିର ଟ୍ରଷ୍ଟର ମୁଖ୍ୟ ଆଚାର୍ଯ୍ୟ କିଶୋର ଦେଇଛନ୍ତି । ସେ କହିଛନ୍ତି ମନ୍ଦିରର ଭବ୍ୟ ନିର୍ମାଣ ପାଇଁ ଇସ୍ତିୟାକ ଅହମ୍ମଦ ଖାଁ ୨.୫କୋଟି ଟଙ୍କାର ଜମି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇସ୍ତିୟାକ ପୂର୍ବ ଚମ୍ପାରନ ବାସିନ୍ଦା ହୋଇଥିବା ବେଳେ ଏବେ ସେ ଗୁଆହାଟୀରେ ବ୍ୟବସାୟ କରୁଛନ୍ତି । ସୂଚନାଯୋଗ୍ୟ, ଅଯୋଧ୍ୟାର ରାମ ମନ୍ଦିର ପରେ ଏବେ ବିହାରରେ ସବୁଠାରୁ ବଡ ରାମାୟଣ ମନ୍ଦିର ନିର୍ମାଣ କରାଯାଉଛି ।

Share