Categories: ଜାତୀୟ

୧୮ ବର୍ଷରୁ କମ୍‌ ହୋଇଥିଲେ ବି ମୁସଲମାନ୍‌ ଯୁବତୀ କରିପାରିବେ ବିବାହ

ଚଣ୍ଡିଗଡ଼,୧୦।୨: ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ୧୮ ବର୍ଷରୁ କମ୍‌ ହୋଇଥିଲେ ମଧ୍ୟ ନିଜ ପସନ୍ଦର ଯେ କୌଣସି ବ୍ୟକ୍ତିଙ୍କୁ ବିବାହ କରିପାରିବେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପକ୍ଷରୁ ଏକ ମାମଲାର ବିଚାର ସମୟରେ ଏଭଳି ରାୟ ପ୍ରଦାନ କରାଯାଇଛି। ’ମୁସଲମାନ୍‌ ପର୍ସନାଲ ଲ’ ଅନୁସାରେ ଏହା କାର୍ଯ୍ୟକାରୀ ହେବ ବୋଲି କୋର୍ଟ କହିଛନ୍ତି। ସାର୍‌ ଦିନ୍‌ଶାହା ଫରଦୁନ୍‌ଜୀ ମୁଲ୍ଲାଙ୍କ ଦ୍ୱାରା ଲିଖିତ ପ୍ରିନ୍ସପୁଲ ଅଫ୍‌ ମହମ୍ମଡାନ ଲ ପୁସ୍ତକର ଅନୁଚ୍ଛେଦ ୧୯୫ ଅନୁସାରେ ଏହା ଧାର୍ଯ୍ୟ ହେବ। ପୁସ୍ତକରେ ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀଙ୍କୁ ଏଭଳି ଅଧିକାର ପ୍ରଦାନ କରାଯିବା ନେଇ ଉଲ୍ଲେଖ କରାଯାଇଛି। ପଞ୍ଜାବର ୩୬ ବର୍ଷ ବୟସ୍କ ଯୁବକ ଏବଂ ୧୭ ବର୍ଷ ପ୍ରାପ୍ତ ବୟସ୍କା ଯୁବତୀଙ୍କ ମାମଲାରେ ବିଚାରପତି ଅଲକା ସାରିନ୍‌ ଏଭଳି ରାୟ ଦେଇଛନ୍ତି। ସେମାନଙ୍କର ବିବାହ ୨୦୨୧ ଜାନୁୟାରୀ ୨୧ରେ ସମ୍ପନ୍ନ ହୋଇଥିଲା। ତେବେ ପରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା।

Share