Categories: ଜାତୀୟ

‘ମୁସଲିମ ଗୁଣ୍ଡାମାନେ ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା କରିଛନ୍ତି’

ଶିବମୋଗା,୨୧।୨: ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ଲାଗି କର୍ନାଟକର ଜଣେ ମନ୍ତ୍ରୀ ମୁସଲିମ ଗୁଣ୍ଡାମାନଙ୍କୁ ଦୋଷ ଦେଇଛନ୍ତି। ଏଥିଯୋଗୁ ଶିବମୋଗା ଜିଲାରେ ଉତ୍ତେଜନା ସୃଷ୍ଟି ହୋଇଛି। ବଜରଙ୍ଗ ଦଳର କର୍ମୀ ହର୍ଶ(୨୬)ଙ୍କୁ ରବିବାର ରାତିରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଯୁବକଙ୍କୁ ପୀଡ଼ିତ ପୂର୍ବରୁ ଜାଣି ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

“ମୁସଲିମ ଗୁଣ୍ଡାମାନେ ତାଙ୍କୁ ହତ୍ୟା କରିଛନ୍ତି। ଡି କେ ଶିବକୁମାରଙ୍କ ଉତ୍ତେଜନାମୂଳକ ମନ୍ତବ୍ୟ ଯୋଗୁ ମୁସଲିମ ଗୁଣ୍ଡାମାନେ ଏଭଳି କାଣ୍ଡ ଭିୟାଇବା ପାଇଁ ସାହସ ପାଇଛନ୍ତି। ଏହି ଗୁଣ୍ଡାଗିରିକୁ ସହ୍ୟ କରାଯିବ ନାହିଁ” ବୋଲି କର୍ନାଟକର ଗ୍ରାମୀଣ ବିକାଶ ମନ୍ତ୍ରୀ କେ ଏସ୍‌ ଇଶ୍ୱରାପ୍ପା ଗଣମାଧ୍ୟମକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ହିଜାବ ବିବାଦକୁ ନେଇ ଶିବମୋଗାରେ ଜାତୀୟ ପତକାକୁ ହଟାଇ ସାଫ୍ରନ ପତକା ଉଡ଼ାଯାଇଥିବା ଅଭିଯୋଗ ଆଣିଥିଲେ କଂଗ୍ରେସ ରାଜ୍ୟ ସଭାପତି।

Share