Categories: ଜାତୀୟ

ବୁଲଡୋଜରରେ ବସି କନ୍ୟାଙ୍କୁ ନେବାକୁ ଆସିଲେ ବର

ଲକ୍ଷ୍ନୌ,୧୯।୬: ଉତ୍ତରପ୍ରଦେଶର ବାହରାଇଚ ଜିଲାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବିବାହରେ ବର କନ୍ୟାଙ୍କୁ ନେବା ପାଇଁ ସବାରୀ କିମ୍ବା କାର୍‌ ନେଇ ଆସିଥାନ୍ତି। କିନ୍ତୁ ବାହରାଇଚ୍‌ ଜଣେ ମୁସଲମାନ ଯୁବକ ନିଜ ଭାବି ସ୍ତ୍ରୀଙ୍କୁ ନେବା ପାଇଁ ବୁଲଡୋଜର ଯୋଗେ ଆସିଥିଲେ।
ବାହରାଇଚ ଜିଲାର ଶଙ୍କରପୁରର ବାସିନ୍ଦା ସଲିମଙ୍କ ଝିଅ ରୁବିନାଙ୍କ ବିବାହ ଆଲା ଗ୍ରାମର ବାଦଶାହାଙ୍କ ସହ ସ୍ଥିର ହୋଇଥିଲା। ଶନିବାର ବାଦଶାହ ବୁଲଡୋଜର ଯୋଗେ ରୁବିନାଙ୍କୁ ନେବାକୁ ପହଞ୍ଚିଥିଲେ। ତାଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଏକାଠି ହୋଇଥିଲେ। ଲୋକେ ‘ବୁଲଡୋଜର ବାବା କି ଜୟ’ର ସ୍ଲୋଗାନ ଦେଇଥିଲେ।
ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଭାଜପା ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରତୀକ ପାଲଟିଛି ‘ବୁଲଡୋଜର’। ଯୋଗୀ ଆଦିତ୍ୟନାଥଙ୍କ ‘ବୁଲଡୋଜର ନୀତି’ର କ୍ରେଜ ଯୋଗୁ ତାଙ୍କୁ ‘ବୁଲଡୋଜର ବାବା ’ନାମ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରରେ ଅନେକ ମାଫିଆ ନେତା ଏବଂ ଉତ୍ତେଜନା ସୃଷ୍ଟି କରିଥିବା ଅଭିଯୋଗକାରୀମାନେ ବୁଲଡୋଜରର ଶିକାର ହୋଇଛନ୍ତି।

Share