Categories: ଜାତୀୟ

ଝିଅ ଆଗରେ ମୁସଲିମ ବ୍ୟକ୍ତିଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଗଲା

ଲକ୍ଷ୍ନୌ, ୧୨।୮: ଇ-ରିକ୍ସା ଚଲାଉଥିବା ଜଣେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯିବା ସହ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଇଥିଲା। ଦୟା ପାଇଁ ପୀଡ଼ିତଙ୍କ କୁନି ଝିଅ ଭିକ୍‌ ମାଗୁଥିଲେ ମଧ୍ୟ କେହି ଶୁଣିଲେ ନାହିଁ। ଶେଷରେ ପୀଡ଼ିତଙ୍କୁ ଛାଡ଼ି ଦିଆଯାଇଥିଲା ପୋଲିସ ହେପାଜତରେ। ଉତ୍ତର ପ୍ରଦେଶର କାନପୁରରେ ବୁଧବାର ଘଟିଛି ଏଭଳି ଘଟଣା।

ସ୍ଥାନୀୟ ଲୋକେ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଭାଇରାଲ ଭିଡିଓରେ ପୋଲିସ ହେପାଜତରେ ମଧ୍ୟ ପୀଡ଼ିତଙ୍କୁ ମାଡ଼ ହେଉଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ଅଞ୍ଚଳର ମୁସଲିମମାନେ ଜଣେ ହିନ୍ଦୁ ବାଳିକାର ଧର୍ମ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଘଟଣା ସ୍ଥଳ ଠାରୁ ୫୦୦ ମିଟର ଦୂରରେ ବଜରଙ୍ଗ ଦଳର ଏକ ସଭା ବସିଥିଲା। ବୈଠକ ଶେଷ ହେବା ପରେ ବଜରଙ୍ଗ ଦଳର ସଦସ୍ୟମାନେ ମୁସଲିମ ବ୍ୟକ୍ତିଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ।

ଜଣେ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯାଉଥିବା ଭିଡିଓ ଦେଖିଛୁ। ପୀଡ଼ିତଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ଦାୟର କରାଯାଇଛି। ଆମେ ଆଇନ ଅନୁଯାୟୀ, ପଦକ୍ଷେପ ନେବୁ ବୋଲି କାନପୁରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ରବୀନା ତ୍ୟାଗି କହିଛନ୍ତି।

Share