Categories: ଜାତୀୟ

ନାବାଳକଙ୍କ ଅଭିଭାବିକା ହୋଇପାରିବେନି ମୁସଲମାନ ମା’

କୋଚି, ୮ା୭:ଜଣେ ମୁସଲମାନ ମହିଳା ତାଙ୍କ ନାବାଳକ/ନାବାଳିକା ପିଲାଙ୍କ ଅଭିଭାବିକା ହୋଇପାରିବେ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଅନୁରୂପ ମାମଲାଗୁଡ଼ିକରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ପି. ବି. ସୁରେଶ କୁମାର ଏବଂ ଜଷ୍ଟିସ୍‌ ସି. ଏସ୍‌. ସୁଧାଙ୍କୁ ନେଇ ଗଠିତ ଡିଭିଜନ୍‌ ବେଞ୍ଚ୍‌ ଏହି ଟିପ୍ପଣୀ ଦେଇଛନ୍ତି। ମୁସ୍‌ଲିମ ପର୍ସନାଲ ଆଇନରେ ମଧ୍ୟ ମୁସଲମାନ ମହିଳାମାନେ ସେମାନଙ୍କ ନାବାଳକ ସନ୍ତାନଙ୍କ ଗାର୍ଡିଆନ ହୋଇପାରିବେନି ବୋଲି ଥିବା ନିୟମ ଅନୁଚ୍ଛେଦ ୧୪ ଓ ୧୫ର ଉଲ୍ଲଂଘନ କରୁଥିଲେ ହେଁ ସର୍ବୋଚ୍ଚ ଅଦାଲତଙ୍କ କେତେକ ପୂର୍ବରାୟ ସହ ହାଇକୋର୍ଟ ବନ୍ଧା ବୋଲି ଖଣ୍ଡପୀଠ କହିଛନ୍ତି। କୋଝିକୋଡେର ସି. ଅବଦୁଲ୍‌ ଅଜିଜ୍‌ଙ୍କ ସମେତ ଅନ୍ୟ କେତେଜଣଙ୍କ ପିଟିଶନରେ ଜଣେ ମହିଳାଙ୍କୁ ତାଙ୍କ ନାବାଳକ ସନ୍ତାନଙ୍କ ଅଭିଭାବିକା ଦର୍ଶାଇଯାଇଥିବାବେଳେ ହାଇକୋର୍ଟ ଏହାର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଯଦି ଉତ୍ତରାଧିକାରୀ ଏବଂ ଧର୍ମନିରପେକ୍ଷ ପ୍ରସଙ୍ଗଗୁଡ଼ିକର ଧର୍ମ ସହିତ କୌଣସି ସମ୍ପର୍କ ନାହିଁ ତେବେ ଅଭିଭାବକତ୍ୱ ମାମଲାରେ ମଧ୍ୟ ସମାନ ଆଭିମୁଖ୍ୟ ରହିବ।

Share