ମୁସଲମାନ୍‌ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ପଢ଼ିଲେ ନମାଜ: ଶୁଣାଇଲେ ରାମଚରିତ ମାନସ

ମଥୁରା,୧।୧୧: ଦିଲ୍ଲୀରୁ ସଦ୍‌ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍‌ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଛନ୍ତି। ଏହା ସହିତ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ରାମଚରିତ ମାନସର ଚୌପାଇ ପାଠ କରି ଶୁଣାଇଛନ୍ତି। ଏହା ସହିତ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଫୈଜଲ କହିଛନ୍ତି ଯେ, ପ୍ରେମ ହିଁ ଧର୍ମ। ପରସ୍ପର ମଧ୍ୟରେ ଭାଇଚାରା ରହିଲେ ସମାଜରେ ସଦ୍‌ଭାବନା ସୃଷ୍ଟି ହେବ। ସାମ୍ପ୍ରତିକ ସମୟରେ ସଦ୍‌ଭାବନାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଦିଲ୍ଲୀର ଫୈଜଲ ଖାଁ ଏବଂ ମହମ୍ମଦ୍‌ ଚାନ୍ଦ୍‌ ଗାନ୍ଧୀବାଦୀକର୍ମୀ ନିଲେଶ ଗୁପ୍ତା ଏବଂ ଆଲୋକ ରତ୍ନଙ୍କ ସହିତ ସଦ୍‌ଭାବନା ଯାତ୍ରାରେ ଆସି ନନ୍ଦଗାଓ୍ବଁରେ ପହଞ୍ଚିଥିଲେ। ନନ୍ଦବାବା ମନ୍ଦିରରେ ସେମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଥିଲେ। ନନ୍ଦବାବା ମନ୍ଦିରର ସେବାୟତ କୃଷ୍ଣ ମୁରାରୀ ଗୋସ୍ବାମୀ ସଦ୍‌ଭାବନା ଦଳଙ୍କୁ ସ୍ବାଗତ କରିବା ସହିତ ପ୍ରଭୁଙ୍କ ପ୍ରସାଦ ପ୍ରଦାନ କରିଥିଲେ।

Share