Categories: ଜାତୀୟ

ଦେଶରେ ମୁସଲମାନଙ୍କ ଜନସଂଖ୍ୟା ପ୍ରାୟ ୨୦ କୋଟି

ନୂଆଦିଲ୍ଲୀ,୨୨ା୭: ଭାରତରେ ମୁସଲମାନ ଜନସଂଖ୍ୟା ୨୦୨୩ରେ ୧୯.୭ କୋଟି ଆକଳନ କରାଯାଇଛି। ଲୋକ ସଭାରେ ତୃଣମୂଳ କଂଗ୍ରେସ ସଦସ୍ୟ ମାଲା ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନି ଏହା କହିଛନ୍ତି। ୨୦୧୧ରେ ଦେଶର ମୋଟ ଜନସଂଖ୍ୟାର ୧୪.୨ ପ୍ରତିଶତ ଥିଲେ ମୁସଲମାନ। ୨୦୨୩ରେ ମଧ୍ୟ ସେମାନଙ୍କ ଜନସଂଖ୍ୟା ଅନୁପାତ ସମାନ ରହିଥିବା ଆକଳନ କରାଯାଇଛି। ୨୦୧୧ ଜନଗଣନା ବେଳେ ଦେଶରେ ମୁସଲମାନଙ୍କ ସଂଖ୍ୟା ୧୭.୨ କୋଟି ଥିଲା।

Share