Categories: ଜାତୀୟ

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଲଢ଼ିବାକୁ ମୁସଲମାନ ପକ୍ଷଙ୍କ ପାଖରେ ନାହିଁ ଟଙ୍କା…

ମଥୁରା,୩।୧୦ : ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାର ଶୁଣାଣି ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ ପକ୍ଷଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଅକ୍ଟୋବର ୩୦କୁ ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କର ରେଜିଷ୍ଟ୍ରାର ଜେନେରାଲଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ କହିଛନ୍ତି।

ଜୁଲାଇ ୨୧ ରେ ଦିଆଯାଇଥିବା ଆଦେଶରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ହସ୍ତାନ୍ତର କରାଯାଇଥିବା ମାମଲାଗୁଡ଼ିକ ବିଷୟରେ ସୂଚନା ଦେବାକୁ କହିଥିଲେ। ଯେହେତୁ ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ଦ୍ୱାରା ଏହି ସୂଚନା ପ୍ରଦାନ କରାଯାଇ ନାହିଁ। ତେଣୁ ସଂପୃକ୍ତ ରେଜିଷ୍ଟ୍ରାରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସୁପ୍ରିମକୋର୍ଟ କହିଛନ୍ତି। ମୁସଲମାନ ପକ୍ଷ କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ଆହ୍ଲାବାଦ ହାଇକୋର୍ଟରେ ଏହି ମାମଲାର ମୁକାବିଲା ପାଇଁ ସେମାନେଙ୍କ ପାଖରେ ଅର୍ଥ ନାହିଁ, ତେଣୁ ଏହି ମାମଲା ଦିଲ୍ଲୀ ହାଇକୋର୍ଟକୁ ହସ୍ତାନ୍ତର କରାଯାଉ। ବର୍ତ୍ତମାନ କୋର୍ଟ ଏହି ପ୍ରସଙ୍ଗରେ କିଛି କହି ନାହାଁନ୍ତି।

Share