Categories: ଜାତୀୟ

ମୁସଲମାନ ପକ୍ଷଙ୍କୁ ଭୁଲ୍‌ ସୁଧାରିବାକୁ ହେବ: ୟୁପି ମୁଖ୍ୟମନ୍ତ୍ରୀ

ବାରାଣସୀ,୧।୮: ବାରାଣସୀର ଜ୍ଞାନବାପି ମସ୍‌ଜିଦକୁ ନେଇ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତ ଉଦ୍ୟମ କରୁଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କହିଛନ୍ତି। ଜ୍ଞାନବାପି ପରିସରରେ ଦେବଦେବୀଙ୍କ ମୂର୍ତ୍ତି ରହିଛି। ହିନ୍ଦୁମାନେ ଏହାକୁ ସେଠାରେ ରହିବାକୁ ଦେବେ ନାହିଁ। ଯଦି ଆମେ ତାହାକୁ ମସ୍‌ଜିଦ କହିବା ତେବେ ବିବାଦ ହେବ। ସରକାର ବିବାଦର ସମାଧାନ ଚାହାନ୍ତି। ମୁସଲମାନ ପକ୍ଷ ଏକ ଐତିହାସିକ ଭୁଲ୍‌ କରିଛନ୍ତି। ଏହାକୁ ସେମାନଙ୍କୁ ସୁଧାରିବାକୁ ହେବ ବୋଲି ଆଦିତ୍ୟନାଥ କହିଛନ୍ତି। ଯଦି ଜ୍ଞାନବାପୀ ଏକ ମସ୍‌ଜିଦ ତେବେ ସେଠାରେ ତ୍ରିଶୂଳ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଭାରତର ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ଜ୍ଞାନବାପିର ସର୍ଭେ କରିବା ଲାଗି ବାରାଣସୀ କୋର୍ଟ ରାୟ ଦେଇଥିବାବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ ସ୍ଥଗିତ ରଖାଯାଇଛି। ଆଲ୍ଲାହାବାଦ ହାଇକୋର୍ଟ ଜ୍ଞାନବାପି ମାମଲାର ରାୟ ଅଗଷ୍ଟ ୩ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି।

Share