ଉଡୁପି,୨୩।୩: କର୍ନାଟକର ଉଡୁପି ଜିଲାରେ ହୋସା ମାରଗୁଡ଼ି ମନ୍ଦିରଠାରେ ପ୍ରତି ବର୍ଷ ବସୁ ଥିବା ମେଳା କଦାପି ମୁସଲିମ ଏବଂ ହିନ୍ଦୁଙ୍କ ମଧ୍ୟରେ ଭେଦଭାବ କରି ନାହିଁ। ପ୍ରତି ବର୍ଷ ହିନ୍ଦୁ ଷ୍ଟଲ ମାଲିକଙ୍କ ସହ ଦୋକାନ ପକାନ୍ତି ୧୦୦ରୁ ଊର୍ଦ୍ଧ୍ୱ ମୁସଲିମ ଭେଣ୍ଡର। କିନ୍ତୁ ଏଥର ମୁସଲିମ ଭେଣ୍ଡରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ମନ୍ଦିର ମେଳାରେ ମୁସଲିମମାନଙ୍କୁ ପୂରାଇ ନ ଦେବାକୁ ପୂରା କର୍ନାଟକରେ ପୋଷ୍ଟର ଲଗାଯିବା ପରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ ସରକାର।
“ଆମେ ମନ୍ଦିର କମିଟି ସଦସ୍ୟଙ୍କୁ ଭେଟିଥିଲୁ। କିନ୍ତୁ କେବଳ ହିନ୍ଦୁଙ୍କ ପାଇଁ ସ୍ଲଟ ନିଲାମ କରାଯିବ ବୋଲି ସେମାନେ କହିଲେ। ଆମକୁ ରାଜି ହେବାକୁ ପଡ଼ିଲା। ସେମାନେ ନିଶ୍ଚିତ ଭାବେ ପ୍ରବଳ ଚାପରେ ଅଛନ୍ତି” ବୋଲି ଷ୍ଟ୍ରିଟ୍ ଭେଣ୍ଡର୍ସ ଆସୋସିଏଶନର ସାଧାରଣ ସମ୍ପାଦକ ମହମ୍ମଦ ଆରିଫ କହିଛନ୍ତି। ଦକ୍ଷିଣ ପନ୍ଥୀ ଗୋଷ୍ଠୀଠାରୁ ପ୍ରବଳ ଚାପର ସମ୍ମୁଖୀନ ହେବାକୁ ଥିବା ହୋସା ମାରିଗୁଡ଼ି ମନ୍ଦିର ଅଧିକାରୀ ପ୍ରଶାନ୍ତ ଶେଟ୍ଟି ସ୍ବୀକାର କରିଛନ୍ତି।