Categories: ଜାତୀୟ

‘ଆମେ ସଂସ୍କୃତିକୁ ଛାଡ଼ିପାରିବୁ ନାହିଁ’

ଜୟପୁର,୧୨ା୨: ମୁସଲମାନ ମହିଳାମାନେ ରାଜସ୍ଥାନର ଜୟପୁର ଏବଂ ପଞ୍ଜାବର ଲୁଧିଆନାରେ ହିଜାବକୁ ସମର୍ଥନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ବିଷୟ ବୋଲି ସେମାନେ କହିଛନ୍ତି। ରାଜନୈତିକ ଦଳ ଏଥିରେ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ। ଆମେ ଆମର ସଂସ୍କୃତି ଛାଡ଼ି ପାରିବୁ ନାହିଁ। ଅନ୍ୟପକ୍ଷରେ ରାଜସ୍ଥାନର ମହିଳା ଆୟୋଗର ଚେୟାରମ୍ୟାନ କହିଛନ୍ତି, ମହିଳାମାନଙ୍କୁ ନିଜ ସର୍ତ୍ତ ଅନୁଯାୟୀ ବଞ୍ଚିବାକୁ ଦିଆଯାଉ।

ସୂଚନାଯୋଗ୍ୟ, ଶୁକ୍ରବାର କିଛି ଛାତ୍ରୀ ବୁର୍ଖା ପିନ୍ଧି ଜୟପୁରର ଚକସୁର କସ୍ତୁରବା କଲେଜରେ ପହଞ୍ଚିଥିଲେ। ସେମାନଙ୍କୁ କଲେଜର ମୁଖ୍ୟ ଫାଟକରେ ଅଟକାଯାଇଥିଲା। ୟୁନିଫର୍ମ ପିନ୍ଧି ଆସିବାକୁ ଛାତ୍ରୀମାନଙ୍କୁ କଲେଜ ପକ୍ଷରୁ କୁହାଯାଇଥିଲା। ପରେ ଛାତ୍ରୀମାନେ ନିଜ ସମ୍ପର୍କୀୟଙ୍କୁ ଫୋନ୍‌ କରିଥିଲେ। ଅଭିଭାବକମାନେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରିଥିଲେ।

Share