Categories: ଜାତୀୟ

ଭିଡ଼ ହିଂସାରୁ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲମାନ ଯୁବକ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୧୨।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପୁଲକେଶୀ ନଗରରେ ମଙ୍ଗଳବାର ରାତିରେ ଭିଡ଼ ହିଂସା ଘଟିଛି। ଲୋକେ ମିଳିତ ଭାବେ ପୋଲିସ ଷ୍ଟେଶନ ଏବଂ ସ୍ଥାନୀୟ କଂଗ୍ରେସ ବିଧାୟକଙ୍କ ବାସ ଭବନରେ ଭଙ୍ଗାରୁଜା କରିଛନ୍ତି। ବିଧାୟକଙ୍କ ଜଣେ ସମ୍ପର୍କୀୟ ସୋସିଆଲ୍‌ ମିଡ଼ିଆରେ ସାମ୍ପ୍ରଦାୟିକ ବିରୋଧୀ ମନ୍ତବ୍ୟ ପୋଷ୍ଟ କରିବାରୁ ଏଭଳି ହୋଇଛି। ଭିଡ଼ ହିଂସା ସମୟରେ ସ୍ଥାନୀୟ ଏକ ମନ୍ଦିରରେ ଭଙ୍ଗାରୁଜା କରିବାର ଯୋଜନା ହେଉଥିବା କେତେକ ମୁସଲମାନ୍‌ ଯୁବକ ଜାଣି ପାରିଥିଲେ। ସେମାନେ ପରସ୍ପର ହାତକୁ ଧରି ମାନବ ଶୃଙ୍ଖଳ କରି ମନ୍ଦିରକୁ ଘେରି ଭିଡ଼ ସମ୍ମୁଖରେ ଠିଆ ହୋଇଥିଲେ। ଫଳରେ ବିକ୍ଷୋଭକାରୀ ବାଧ୍ୟ ହୋଇ ଫେରିଯାଇଥିଲେ। ମନ୍ଦିର ସୁରକ୍ଷିତ ରହିଥିଲା। ସୋସିଆଲ ମିଡ଼ିଆରେ ଶେୟାର କରାଯାଇଥିବା ଭିଡ଼ିଓରେ ମୁସଲମାନ୍‌ ଯୁବକମାନେ ହାତ ଧରାଧରି ହୋଇ ଠିଆ ହେଉଥିବାର ଦୃଶ୍ୟ ରହିଛି। ୧୯ ସେକେଣ୍ଡର ଏହି ଭିଡ଼ିଓକୁ ଇତିମଧ୍ୟରେ ୬ ଲକ୍ଷ ପାଖାପାଖି ୟୁଜର ଦେଖି ସାରିଛନ୍ତି।

Share