‘ହିଂସାର ଶିକାର ହେଉଛନ୍ତି ମୁସଲମାନ’

ଓ୍ବାଶିଂଟନ୍‌, ୪ା୫: ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଲୋକେ ହିଂସାର ଶିକାର ହେଉଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ମୁସଲମାନମାନେ ବାସ୍ତବ ଚ୍ୟାଲେଞ୍ଜକୁ ସାମ୍‌ନା କରିବା ସହ ସମାଜରେ କଷ୍ଟକର ପରିସ୍ଥିତିରେ ପଡ଼ିବା ସତ୍ତ୍ୱେ ପ୍ରତ୍ୟେକ ଦିନ ଆମେରିକାକୁ ଅଧିକ ମଜଭୁତ କରୁଥିବା ବାଇଡେନ୍‌ ଇଦ-ଅଲ୍‌-ଫିତର ଅବସରରେ କହିଛନ୍ତି। ଏଥିସହ ବାଇଡେନ ଇଣ୍ଟରନ୍ୟାଶନାଲ ରିଲିଜିୟସ୍‌ ଫ୍ରିଡମ୍‌ ପାଇଁ ରାଷ୍ଟ୍ରଦୂତ ଭାବେ ପ୍ରଥମ କରି ଜଣେ ମୁସଲମାନଙ୍କୁ ନିଯୁକ୍ତ କରିଛନ୍ତି।

Share