ଇସ୍ରାଏଲ ବିରୋଧରେ ଏକଜୁଟ ହେଉଛନ୍ତି ସମଗ୍ର ବିଶ୍ୱର ମୁସଲମାନ, ସାଉଦି ଆରବରେ ହେବ ୫୭ ଦେଶର ଜରୁରୀକାଳୀନ ବୈଠକ; ଜାଣନ୍ତୁ…

ଜେରୁଜେଲମ,୧୮।୧୦: ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ପରେ ସମଗ୍ର ବିଶ୍ୱର ମୁସଲମାନମାନେ ଇସ୍ରାଏଲ ବିରୋଧରେ ଏକଜୁଟ ହେଉଛନ୍ତି। ଗାଜା ଉପରେ ଲଗାତାର ଭାବେ ହେଉଥିବା ଆକ୍ରମଣକୁ ନେଇ ସାଉଦି ଆରବ ଆଇଓସିର ଜରୁରିକାଳୀନ ବୈଠକ ଡକାଇଛି। ସାଉଦି ଆରବର ଅନୁରୋଧ ପରେ ୫୭ ଇସଲାମିକ ଦେଶର ସଂଗଠନ ଆଇଓସି ଏହି ବୈଠକ ଡକାଯାଇଥିବା ନେଇ ବୟାନ ଜାରି କରିଛି। ୟେଦାରେ ହେବାକୁ ଥିବା ଏହି ବୈଠକରେ ଗାଜାରେ ଇସ୍ରାଇଲର ସାମରିକ ଆକ୍ରମଣ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ତେବେ ଯୁଦ୍ଧ ଲାଗି ଓଆଇସି ଇସ୍ରାଏଲକୁ ଦାୟୀ କରିଛି। ପାଲେଷ୍ଟାଇନବାସୀ ଉପରେ ଆକ୍ରମଣକୁ ଇସ୍ରାଏଲ ତୁରନ୍ତ ବନ୍ଦ କରିବା ଉଚିତ। ଏଥିରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ହସ୍ତକ୍ଷେପ କରିବା ଉଚିତ ବୋଲି ସଂଗଠନ କହିଛି।

ପ୍ରକାଶ ଯେ, ଅକ୍ଟୋବର ୭ରେ ହମାସର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣକୁ ଜୋରଦାର କରିଥିଲା। ଏଯାବତ ହମାସ ଆକ୍ରମଣରେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଜାରେ ମଧ୍ୟ ୩୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଗତ ଶନିବାର ଗାଜାର ଲୋକମାନଙ୍କୁ ଅଞ୍ଚଳକୁ ୨୪ ଘଣ୍ଟା ମଧ୍ୟରେ ଖାଲି କରିବା ଲାଗି ଇସ୍ରାଇଲ ଧମକ ଦେଇଥିଲା। ଓଆଇସି ଏହାକୁ ନିନ୍ଦା କରିଥିଲା।

Share