ମୁସରତ ହିଲାଲି ହେବେ ପେଶାଓ୍ବର ହାଇକୋର୍ଟର ପ୍ରଥମ ମହିଳା ଚିଫ୍‌ ଜଷ୍ଟିସ୍‌

ଇସ୍‌ଲାମାବାଦ, ୩୦।୩: ପାକିସ୍ତାନର ଜଷ୍ଟିସ୍‌ ମୁସରତ ହିଲାଲି ପେଶାଓ୍ବର ହାଇକୋର୍ଟର ପ୍ରଥମ ମହିଳା ଚିଫ୍‌ ଜଷ୍ଟିସ୍‌ ହେବେ। ମୁସରତି ଏପ୍ରିଲ୍‌ ୧ରେ ଏହି ଦାୟିତ୍ୱ ଗ୍ରହଣ କରିବେ। ହାଇକୋର୍ଟ ଚିଫ୍‌ ଜଷ୍ଟିସ୍‌ ଦାୟିତ୍ୱ ଗ୍ରହଣ କରିବାରେ ମୁସରତ ଦ୍ୱିତୀୟ ମହିଳା। ତାଙ୍କ ପୂର୍ବରୁ ଜଷ୍ଟିସ୍‌ ତରିହା ସଫଦର ବେଲୋଚିସ୍ତାନ ହାଇକୋର୍ଟର ଚିଫ୍‌ ଜଷ୍ଟିସ୍‌ ଦାୟିତ୍ୱ ଗ୍ରହଣ କରିଥିଲେ। ପେଶାଓ୍ବର ହାଇକୋର୍ଟରେ ମୁସରତି ବରିଷ୍ଟ ଜଜ୍‌ ଦାୟିତ୍ୱରେ ରହିବେ।

Share