ଭୁବନେଶ୍ୱର,୨୫ା୧: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ଏବଂ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍(ହିସାର)ର ନିର୍ଦ୍ଦେଶକ ମଣ୍ଡଳଙ୍କ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିନ୍ଦଲ ଷ୍ଟେନ୍ଲେସ (ମିଶ୍ରିତ ସଂସ୍ଥାକୁ ବିଚାରକୁ ନେଇ) ପ୍ରୋଫର୍ମା ମିଶ୍ରିତ ରାଜସ୍ବ, ଇବିଆଇଟିଡିଏ ଏବଂ ପିଏଟ ଯଥାକ୍ରମେ ୯୦୭୩ କୋଟି, ୯୫୧ କୋଟି ଏବଂ ୫୬୮ କୋଟି ରେକର୍ଡ କରାଯାଇଛି। ଏହି ତ୍ରୈମାସରେ ମୋଟ ଋଣ ୨୮୨୪ କୋଟି ଏବଂ ମୋଟ ଋଣ ଓ ଇକ୍ୟୁଟି ଅନୁପାତ ୦.୩ ଥିଲା, ଯାହା ମେଟାଲ ଶିଳ୍ପରେ ସର୍ବୋତ୍ତମ। ପ୍ରୋଫର୍ମା ମିଶ୍ରିତ ସଂସ୍ଥା ପାଇଁ ସୁଧ, ପୂର୍ବ ତ୍ରୈମାସିକ ତୁଳନାରେ ୧୬%କୁ ଖସିଛି। ପୂର୍ବ ତ୍ରୈମାସିକ ସହ ତୁଳନାକଲେ ଜେଏସ୍ଏଲ୍ର ବିକ୍ରୟ ପରିମାଣ, ସ୍ବତନ୍ତ୍ର ରାଜସ୍ବ, ଇବିଆଇଟିଡିଏ ଏବଂ ପିଏଟି ଯଥାକ୍ରମେ ୨୨%, ୧୪%, ୫୧% ଏବଂ ୮୬% ବୃଦ୍ଧି ଦେଖାଦେଇଛି। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍ଲେସ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ବଦଳୁଥିବା ବଜାର ସ୍ଥିତି ସହ ଖାପଖୁଆଇ ଚଳିବା ପାଇଁ ଜିନ୍ଦଲ ଷ୍ଟେନ୍ଲେସ୍ରେ ବିକ୍ରୟ ଏବଂ କାର୍ଯ୍ୟ ଯୋଜନା ମୂଳ। ଏହି ରଣନୀତି ଗତ ତ୍ରୈମାସରେ ଆମକୁ ଭଲ ଭାବରେ ସାହାଯ୍ୟ କରିଛି ଏବଂ ଆମର ବିକ୍ରୟ ମିଶ୍ରଣକୁ ଘରୋଇ ଚାହିଦା ମେଣ୍ଟାଇବାକୁ ସାହାଯ୍ୟ କରିଛି। ଅକ୍ଷୟ ଶକ୍ତି ଉତ୍ସ ମାଧ୍ୟମରେ ଆମର ଶକ୍ତି ଭବିଷ୍ୟତର ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧତାକୁ ମଧ୍ୟ ଆମେ ଗୁରୁତ୍ୱ ଦେଇ ଆସୁଛୁ। ଭାରତୀୟ ଷ୍ଟେନ୍ଲେସ୍ ଷ୍ଟିଲ୍ ଶିଳ୍ପ ତରଫରୁ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦ ଉପରେ ଆଦାୟ ହେଉଥିବା ରପ୍ତାନି ଶୁଳ୍କ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଦେଉଛୁ। ଏହି ପଦକ୍ଷେପ ସରକାରଙ୍କ ଲୋକାଲ ଟୁ ଗ୍ଲୋବାଲ ମାଣ୍ଡେଟ ଉତ୍ସାହ ଦେବ।