ଆଜିକାଲି କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଗଲାଣି। ଯାହାକୁ ନେଇ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ତେବେ କେଶ ଝଡିବା ରୋକିବାକୁ ହେଲେ କ’ଣ କରିବା ଆବଶ୍ୟକ ରହିଛି ଆସନ୍ତୁ ଆଲୋଚନା କରିବା। କେଶ ପାଇଁ ସୋରିଷ ତେଲ ହେଉଛି ଅତ୍ୟନ୍ତ ଲାଭଦାୟକ । ଏହା କେଶକୁ କେଶକୁ କଳା କରିବା ସହ ମଜବତ୍ କରିଥାଏ। ଜାଣନ୍ତୁ କେଶରେ କିପରି ବ୍ୟବହାର କରିବେ ସୋରିଷ ତେଲ ।
୧- ୧ ଚାମଚ ସୋରିଷ ତେଲରେ ୧ ଚାମଚ ବାଦାମ ତେଲ କିମ୍ବା ୧ ଚାମଚ ଜୋଜୋବା ତେଲ ମିଶାଇ ହାଲୁକା ଗରମ କରି ନିଅନ୍ତୁ । ତା’ପରେ ଏହାକୁ କେଶର ମୂଳରେ ଭଲ ଭାବରେ ଲଗାାଇ ୧ ଘଣ୍ଟା ରଖିବା ପରେ କେଶକୁ ଉଷୁମ ପାଣିରେ ଧୋଇ ସଫା କରିନିଅନ୍ତୁ ।
୨- ସୋରିଷ ତେଲ ଏବଂ ମେଥି ଦାନା ପକାଇ ଗୋଟେ ରାତି ରଖିବେ । ପରଦିନ ସକାଳେ ଏହାକୁ ୫ ରୁ ୬ ମିନିଟ ଯାଏ ଫୁଟାଇ ନେବେ। ତେଲର ରଙ୍ଗ କଳା ହୋଇ ଆସିଲେ ଗ୍ୟାସ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡିଦିଅନ୍ତୁ। ତେଲ ଥଣ୍ଡା ହେବା ପରେ ଏହି ମିଶ୍ରଣ ତେଲକୁ ଆପଣ କେଶରେ ଲାଗାଇ ପାରିବେ ।
୩-ସୋରିଷ ତେଲରେ ଭିଟାମିନ ଏ, ଡି, ଇ ଏବଂ କେ ରହିଥାଏ । ଏହା ବ୍ୟତୀତ ଆଇରନ ଏବଂ ମ୍ୟାଗ୍ନେସିୟମ ମଧ୍ୟ ମିଳିଥାଏ । ଯାହା କେଶ ଝଡିବା ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।