Categories: ବାଣିଜ୍ୟ

ମୁଥୁଟ୍‌ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୦ (ଅନୁରାଧା ମହାରଣା):ଉତ୍ତରପ୍ରଦେଶସ୍ଥିତ ଗାଜିଆବାଦରେ ମୁଥୁଟ୍‌ ଗ୍ରୁପ୍‌ ପକ୍ଷରୁ ୩ଟି ସ୍ମାର୍ଟ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ନିକଟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଥୁଟ୍‌ ଗ୍ରୁପର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକଜାଣ୍ଡାର ଜର୍ଜ ଏହାର ଉଦ୍‌ଘାଟନ କରିଥିଲେ । ୩ରୁ ୬ବର୍ଷର ଶିଶୁଙ୍କ ବୌଦ୍ଧିକ ବିକାଶ ସହ ଗୁଣାମତ୍କ ଶିକ୍ଷା ପ୍ରଦାନ ପାଇଁ ମୁଥୁଟ୍‌ ଫାଇନାନ୍ସ ପକ୍ଷରୁ ପ୍ରୟାସ କରାଯାଉଥିବା ଆଲେକଜାଣ୍ଡାର କହିଛନ୍ତି। ସେହିପରି ବିଏସ୍‌ସି ନର୍ସିଂ, ବି.ଟେକ୍‌ ଏବଂ ଏମ୍‌ବିବିଏସ୍‌ ପଢ଼ୁଥିବା ଆର୍ଥିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ୩୦ ହଜାରରୁ ୬୦ ହଜାର ଟଙ୍କାର ସ୍କଲାରଶିପ୍‌ ପ୍ରଦାନ କରାଯାଉଛି। କାର୍ଯ୍ୟକ୍ରମରେ ଗାଜିଆବାଦର ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ ଅଫିସର ଶଶୀ ବର୍ସନୀ ଯୋଗଦେଇ ନୂତନ କରି ଆରମ୍ଭ ହୋଇଥିବା ଏହି ମୁଥୁଟ୍‌ ସ୍ମାର୍ଟ ଅଙ୍ଗନଓ୍ବାଡ଼ିରେ ପ୍ରାପ୍ତ ହେବାକୁ ଥିବା ସୁବିଧାସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ରଙ୍ଗିନ ଆସବାବପତ୍ର ସହ ଏଲ୍‌ଇଡି, ଅନ୍ୟାନ୍ୟ ଶିକ୍ଷଣ ସାମଗ୍ରୀ, ଖେଳଣା ଆଦି ପିଲାଙ୍କୁ ପାଠପଢ଼ା ପ୍ରତି ଆକର୍ଷିତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଆର୍ଥିକ ସ୍ବଚ୍ଛଳ ନଥିବା ପରିବାର ନିଜ ପିଲାଙ୍କୁ ପ୍ଲେ ସ୍କୁଲ ପରିବର୍ତ୍ତେ ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ପଠାଇ ସମାନ ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି।

Share