Categories: ଜାତୀୟ

ପ୍ରେମିକାଙ୍କ ଘର ଆଗରେ ଜଳିଲା ପ୍ରେମିକଙ୍କ ଜୁଇ

ମୁଜାଫରପୁର,୨୬।୭: ଦିନେ ପ୍ରେମିକାଙ୍କୁ କହିଥିଲେ, ତୁମ ଘର ଆଗରେ ଗୋଟିଏ ଘର କରିବି, କିନ୍ତୁ ଭାଗ୍ୟର ବିଡମ୍ବନା ସେହି ପ୍ରେମିକାଙ୍କ ଘର ଆଗରେ ତାଙ୍କ ଚିତା ଜଳିଛି। କିନ୍ତୁ ପ୍ରେମିକଙ୍କୁ ଦେଖିବା ପାଇଁ ଆସି ନାହାନ୍ତି ପ୍ରେମିକା। ମୁଜାଫରପୁରରେ ଘଟିଛି ଏଭଳି ଅଭାନବୀୟ ଘଟଣା। ସୂଚନାଯୋଗ୍ୟ, କାଣ୍ଟି ଥାନା ଅଞ୍ଚଳର ସୋନବରସା ଗ୍ରାମରେ ରହୁଥିବା ମନୀଷ କୁମାର ଠାକୁରଙ୍କ ପୁଅ ସୌରଭ ନିଜ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଘରକୁ ଆସିଥିେଲେ। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ପ୍ରବଳ ପିଟିଥିଲେ। ଫଳରେ ସୌରଭ ଅଚେତ ହୋଇପଡିଥିଲେ। ଏତିକିରେ ଶାନ୍ତ ନ ପଡି ଯୁବତୀଙ୍କ ପରିବାର ଲୋକେ ସୌରଭଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ଦେଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୌରଭଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରୋକୋ କରିବା ସହ ପ୍ରେମିକାଙ୍କ ଘର ଆଗରେ ତାଙ୍କ ଜୁଇ ଜାଳିଥିଲେ।

Share