Categories: ଜାତୀୟ

ମୁଜାଫରପୁର ଘଟଣା ଭାଜପାର ଘୃଣା ରାଜନୀତିର ଫଳ: ଖାର୍ଗେ….

ନୂଆଦିଲ୍ଲୀ,୨୬।୮ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଭାଜପା ବିରୋଧରେ ଅଭିଯୋଗ ଆଣିଛନ୍ତି। ଉତ୍ତରପ୍ରଦେଶର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଜଣେ  ଜଣେ ସଂଖ୍ୟାଲଘୁ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କୁ ଚାପୁଡା ମାରିବା ଦଳର ଘୃଣା ରାଜନୀତିର ଫଳାଫଳ। ସେ କହିଛନ୍ତି ଏଭଳି ଘଟଣା ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି। ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଜରୁରୀ। ଯାହାଦ୍ୱାରା କେହି ଏହାକୁ ପୁନରାବୃତ୍ତି କରିବାକୁ ସାହସ କରିବେ ନାହିଁ ।

ମୁଜାଫରନଗରର ଜଣେ ସ୍କୁଲ ଶିକ୍ଷୟିତ୍ରୀ ଜଣେ ତାଙ୍କ ଛାତ୍ରମାନଙ୍କ ମଧ୍ୟରେ ଜଣେ ମୁସଲମାନ ବାଳକକୁ ଚାପୁଡ଼ା ମାରିବା ଏବଂ ତାଙ୍କ ସମ୍ପ୍ରଦାୟ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅନେକ ରାଜନୈତିକ ଦଳ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ସୋସିଆଲ ମିଡ଼ିଆ ଏକ୍ସରେ ହିନ୍ଦୀରେ ଏକ ପୋଷ୍ଟରେ ଖାର୍ଗେ ଏହା କହିଛନ୍ତି । ଏହା ସମ୍ବିଧାନର ବିରୋଧୀ।

Share