Categories: ଜାତୀୟ

ଆସନ ଭାଗବଣ୍ଟା ପାଇଁ ଏମଭିଏ କରିବ ବୈଠକ: ଅଜିତ ପାଓ୍ବାର…

ମୁମ୍ବାଇ,୩।୬ : ଏନସିପି ନେତା ଅଜିତ ପାୱାର ପୁଣେ ଏବଂ ଭାୟନ୍ଦର-ଗୋନ୍ଦିଆ ଲୋକସଭା ଆସନରେ ପରିବର୍ତ୍ତନ ହେବାର ଚର୍ଚ୍ଚାକୁ ଗୁଜବ ପ୍ରଚାର ବୋଲି କରିଛନ୍ତି। ନାଗପୁରରେ ସେ କହିଛନ୍ତି ସିଟ ବାଣ୍ଟିବା ପାଇଁ ଆଲୋଚନା ଚାଲିଛି।

ଶନିବାର ନାଗପୁରରେ ସେ ଖବରଦାତାଙ୍କୁ କରିଛନ୍ତି ପୁଣେ ଲୋକସଭା ଆସନ କଂଗ୍ରେସର ପାରମ୍ପାରିକ ଆସନ। ଯେତେବେଳେ କି, ଭାୟନ୍ଦର-ଗୋନ୍ଦିଆ ୨୦୦୯ ଠାରୁ ଏକ ଏନସିପିର ଗଡ଼ ହୋଇଆସୁଛି। ୨୦୧୯ ରେ ଭାଜପା ସେଠାରୁ ଜିତିଥିଲା ଏବଂ ପୁଣେରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଭାଜପା ଦ୍ୱାରା ପରାସ୍ତ ହୋଇଥିଲେ। ବାକି, ଆପଣ ଯାହା ଶୁଣିଛନ୍ତି ତାହା କେବଳ ଏକ ଗୁଜବ। ଶିବସେନା (ୟୁବିଟି) ଏବଂ କଂଗ୍ରେସ ସେମାନଙ୍କ ଆସନ ଉପରେ ସର୍ଭେ କରୁଛନ୍ତି। ଯେଉଁଠାରେ ଏନସିପି ଅନେକ ସିଟ ଉପରେ ସର୍ଭେ କରିଛି। ଆସନ ଭାଗ ବଣ୍ଟା ପାଇଁ ଆମେ ରବିବାର ପୁଣେରେ ଏକ ବୈଠକ କରୁଛୁ।

ଏମଭିଏ ମିଳିତ ମେଣ୍ଟ ଏକ ସକାରାତ୍ମକ ପଦକ୍ଷେପ ନେଇଛି। ଯଦି ଆବଶ୍ୟକ ହୁଏ ତେବେ ଆମେ ଏକ ପାଦ ଆଗକୁ ନେଇପାରିବା ଏବଂ ପଛକୁ ମଧ୍ୟ ଯାଇପାରିବା। ପଙ୍କଜା ମୁଣ୍ଡେଙ୍କ ପ୍ରାର୍ଥୀତ୍ୱ ପ୍ରଶ୍ନରେ ଅଜିତ ପାୱାର କହିଛନ୍ତି ଏହା ଭାଜପାର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ସେ ଜଣେ ଶକ୍ତିଶାଳୀ ନେତା। ମୋ ବିବୃତ୍ତି ଆମ ଦଳ ପାଇଁ, ଏହା ଉପରେ ମୋର ମନ୍ତବ୍ୟ ଦେବା ଅନୁଚିତ।

Share