‘ଫ୍ରାନ୍ସ ସହ ମୋର ୪୦ ବର୍ଷର ସମ୍ପର୍କ’

ପ୍ୟାରିସ/ନୂଆଦିଲ୍ଲୀ,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ୍‌ ମାକରଁଙ୍କୁ ଭେଟି ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ପୂର୍ବ ଦିନ ପ୍ୟାରିସରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଫ୍ରାନ୍ସ ସହିତ ମୋର ସମ୍ପର୍କ ନୂଆ ନୁହେଁ, ଏହା ବହୁ ଦଶନ୍ଧି ପୁରୁଣା। ପ୍ରାୟ ୪୦ ବର୍ଷ ପୂର୍ବେ ଭାରତରେ ଫ୍ରାନ୍ସର ସାଂସ୍କୃତିକ କେନ୍ଦ୍ର ଆଲାଇନ୍‌ସ ଫ୍ରାଙ୍କାଇଜର ସଦସ୍ୟତା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଏବଂ ଏଥିରେ ପଞ୍ଜୀକୃତ ହୋଇଥିବା ପ୍ରଥମ ବ୍ୟକ୍ତି ବୋଲି କହିଥିଲେ।

Share