ମୋର ଉଦ୍ଦେଶ୍ୟ ଆମେରିକା କାହା ସହ ଛିଡ଼ା ହୋଇଛି ସେନେଇ ବିଶ୍ୱକୁ ବାର୍ତ୍ତା ଦେବା: ବାଇଡେନ୍‌

ଜେରୁଜେଲମ,୧୮।୧୦: ଯୁଦ୍ଧର ସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଗସ୍ତ କରିଛନ୍ତି। ଏହାଦ୍ୱାରା ଆମେରିକା କେଉଁଠି ଛିଡ଼ା ହୋଇଛି ସେ ନେଇ ବିଶ୍ୱକୁ ଜଣାଇବାକୁ ଚାହୁଁଥିବା ଏକ ଖବରଦାତା ସମ୍ମିଳନୀରେ ବାଇଡେନ୍‌ ସ୍ପଷ୍ଟ କରିଛନ୍ତି।

ବାଇଡେନ କହିଛନ୍ତି, ମୋର ଆସିବାର ଉଦ୍ଦେଶ୍ୟ ବିଶ୍ୱକୁ ଆମେରିକା କାହା ସହ ଛିଡ଼ା ହୋଇଛି ସେନେଇ ବାର୍ତ୍ତା ଦେବା। ଅକ୍ଟୋବର ୭ରେ ଯେଉଁଭଳି ଭାବେ ହମାସ ଆତଙ୍କବାଦୀ ଇସ୍ରାଏଲରେ ପ୍ରବେଶ କରି ୧୩୦୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ତାହା ବର୍ବର। ସେମାନଙ୍କ ମଧ୍ୟରେ ୩୧ ଜଣ ଆମେରିକୀୟ ଥିଲେ। ଏବେ ମହିଳା ଏବଂ ଶିଶୁଙ୍କୁ ମିଶାଇ ପ୍ରାୟ ୨୦୦ ଲୋକଙ୍କୁ ଅପହରଣ କରାଯାଇଛି। କଳ୍ପନା କରନ୍ତି ହମାସ ବନ୍ଦୀ କରିଥିବା ପିଲାମାନେ କ’ଣ ଚିନ୍ତା କରୁଥିବେ। ଏହା କଳ୍ପନା କରିବା ମଧ୍ୟ ମୋ ଚିନ୍ତାରୁ ବାହାରେ। ଆଇଏସ୍‌ଆଇଏସ୍‌ ଅପେକ୍ଷା ହମାସର ଆତଙ୍କବାଦୀ ଅଧିକ ଭୟଙ୍କର ବୋଲି ସେ କହିଛନ୍ତି।

ଏହି ସମୟରେ ସେ ଗାଜା ଡାକ୍ତରଖାନା ଉପରେ ହୋଇଥିବା ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ନ ଥିବା ନେଇ କ୍ଲିନ୍‌ଚିଟ୍‌ ଦେଇଛନ୍ତି।

Share