ରାସ୍ତା ପାର୍ଶ୍ୱକୁ ଖସିଲା ମୋ ବସ୍‌

ସାକ୍ଷୀଗୋପାଳ,୧୦।୯(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)- ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋଠାରୁ ଭୁବନେଶ୍ୱର ଯାଉଥିବା ଏକ ମୋ ବସ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୧୦ଜଣ ଯାତ୍ରୀ ଥିବାବେଳେ ସୁଆଣ୍ଡୋ ଗ୍ରାମର ଭବାନୀ ଶଙ୍କର ଦାସ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ବସ୍‌ଟି ଯିବାବେଳେ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା।