ଆଜିଠୁ ୬୯ ରୁଟ୍‌ରେ ‘ମୋ ବସ୍‌’

ଭୁବନେଶ୍ୱର,୧।୧୨(ବ୍ୟୁରୋ): ସୋମବାର ଡିସେମ୍ବର ପହିଲାରୁ ୬୯ ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’। ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ କୋଣାର୍କର ମୋଟ ୭୦ ରୁଟ୍‌ ମଧ୍ୟରୁ କେବଳ ରୁଟ୍‌ ନଂ.୨୯ କଳିଙ୍ଗ ବିହାରରୁ ସାଇ ମନ୍ଦିର ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ କରିବ ନାହିଁ ବୋଲି ଏହାର ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିୟନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କୋଭିଡ୍‌ ଲକ୍‌ଡାଉନ୍‌ ପରେ ‘ମୋ ବସ୍‌’ ସେବାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯାଇଥିବାବେଳେ ଅନ୍‌ଲକ୍‌ ପର୍ଯ୍ୟାୟଠାରୁ ଧୀରେ ଧୀରେ ବସ୍‌ ସେବା ଆରମ୍ଭ ହୋଇଥିଲା।

Share