ଜୁଲାଇ ୩୧ ଯାଏ ମୋ’ ବସ୍‌ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ସାରା ରାଜ୍ୟରେ ଦିକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ଲକ୍‌ଡାଉନ କଟକଣା ଲାଗୁ କରିଛନ୍ତି। ତେବେ ଏହି ସମୟରେ ମୋ ବସ୍‌ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।  ତେବେ ବିମାନ ବନ୍ଦର ତଥା ରେଳ ଷ୍ଟେସନରେ ବାହାରୁ ଆସି ପହଞ୍ଚୁଥିବା ଯାତ୍ରୀଙ୍କ ପାଇଁ ସଟଲ ସେବାର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

Share