୩ ଜିଲାକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

ଭୁବନେଶ୍ବର, ୧୯।୫(ବ୍ୟୁରୋ): ରାଜ୍ୟର ଆଉ ୩ ଜିଲାକୁ ମୋ ବସ୍‌ ସେବା ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ ମୋ ବସ୍‌ ଗଡ଼ିବ ବୋଲି ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ପଶ୍ଚିମ ଓଡ଼ିଶା ସମେତ ଗଞ୍ଜାମ ଜିଲାର ଯାତ୍ରୀ ଉପକୃତ ହେବେ। ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Share