କାଲିଠାରୁ ୮ଟି ରୁଟରେ ଗଡିବ ମୋ’ ବସ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ)-ଆସନ୍ତା କାଲିଠାରୁ ୮ଟି ରୁଟରେ ଗଡିବ ମୋ ବସ୍‌। ସକାଳ ୭ଟାରୁ ସା ୭ଟା ଯାଏ ନନଏସି ବସ ଚାଲିବ। ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ନମ୍ବର ରୁଟରେ ଗଡିବ ବୋଲି ସୂଚନା ମିଳିଛି। ଏହାସହ ମାସ୍କ ନ ପିନ୍ଧିଲେ ବସ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଅଗଷ୍ଟ ମାସରେ ସପ୍ତାହାନ୍ତ ମୋ ବସ ସେବା ବନ୍ଦ ରହିବ ବୋଲି ମୋ ବସ ପରିଚାଳନା କରୁଥିବା କ୍ରୁଟ ପକ୍ଷରୁ ସୂଚନା ମିଳିଛି।

Share