ସମସ୍ତ ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର,୩୧।୭(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ସମଗ୍ର ରାଜ୍ୟରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିବାରୁ କ୍ରୁଟ୍‌ ପକ୍ଷରୁ ୧୬ଟି ରୁଟ୍‌ରେ ମୋ ବସ୍‌ ସେବା ଆରମ୍ଭ କରାଯାଇଥିଲା। ତେବେ ପରିସ୍ଥିତିରେ ସୁଧାର ଆସିଥିବାରୁ ଆସନ୍ତା ସୋମବାରଠାରୁ ସମସ୍ତ ୨୫ଟି ରୁଟ୍‌ରେ ୧୯୪ଟି ମୋ ବସ୍‌ ଗଡ଼ିବ ବୋଲି କ୍ରୁଟ୍‌ର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି।

ଖୋର୍ଦ୍ଧା, କଟକ ଓ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ରହୁଥିବାରୁ ଶନିବାର ଓ ରବିବାର ମୋ ବସ୍‌ ସେବା ବନ୍ଦ ରହିବ। ସେହିପରି ରାତ୍ରୀକାଳିନ କର୍ଫ୍ୟୁକୁ ଦୃଷ୍ଟିରେ ରଖି ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବ। କୌଣସି ଯାତ୍ରୀ ବସ୍‌ରେ ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ମାସ୍କ ନ ଥିଲେ ବସ୍‌ରେ ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଜେନେରାଲ ମ୍ୟାନେଜର ମହାପାତ୍ର ସୂଚନା ଦେଇଛନ୍ତି।

Share