Categories: ଫୁରସତ

ମୋ ଦେଶ ମହାନ, କୋଟିକରେ ଗୋଟିଏ…

ବିବିଧତା ଭିତରେ ଏକତାର ନିଦର୍ଶନ ହେଉଛି ଭାରତ। ଶାନ୍ତି, ମୈତ୍ରୀର ଦେଶ ହେଉଛି ଭାରତ। ଜ୍ଞାନ ହେଉକି ବିଜ୍ଞାନ ସବୁଥିରେ ଆଗରେ ଭାରତ। ଏକ ସଶକ୍ତ, ସମୃଦ୍ଧ ଦେଶ ଭାବେ ମଧ୍ୟ ସାରା ବିଶ୍ୱରେ ପରିଚିତ ଭାରତ। ଏହାବାଦ୍‌ ବି ଆହୁରି ଅନେକ କିଛି ଅଛି ଯାହା ପ୍ରମାଣିତ କରେ ଯେ କୋଟିକରେ ଗୋଟିଏ ହେଉଛି ଭାରତ…

* ଭାରତ ହେଉଛି ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ। ଭାରତ ସ୍ବାଧୀନତା ପାଇବାର ପ୍ରଥମ ଦିନରୁ ହିଁ ପ୍ରତ୍ୟେକ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷଙ୍କୁ ଭୋଟ ଦେବା ଅଧିକାର ମିଳିଥିଲା। ଅନ୍ୟପକ୍ଷେ ଆମେରିକା ମହିଳାମାନେ ୧୯୨୦ରେ ତଥା ଦେଶ ସ୍ବାଧିନ ହେବା ଓ ଗଣତନ୍ତ୍ର ଶାସନ ପ୍ରଚଳନ ହେବାର ବହୁବଷର୍ର୍ ପରେ ଭୋଟ ଦେବାର ଅଧିକାର ପାଇଥିଲେ।

*ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’କୁ ରବିନ୍ଦନାଥ ଟାଗୋର ରଚନା କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ ଏକଥା ବହୁତ କମ୍‌ ଲୋକ ଜାଣିଥିବେ ଯେ, ବାଂଲାଦେଶର ଜାତୀୟ ସଂଗୀତ ‘ଆମର୍‌ ସୋନାର ବାଂଲା’କୁ ବି ରବିନ୍ଦ୍ର ନାଥ ଟାଗୋର ରଚନା କରିଥିଲେ।

*ଜହ୍ନରେ ଜଳ ଥିବାର ସନ୍ଧାନ ପ୍ରଥମେ ଭାରତ ହିଁ କରିଥିଲା। ସେପ୍ଟେମ୍ବର, ୨୦୦୯ରେ ଇସ୍ରୋର ଚନ୍ଦ୍ରାୟନ ୧ ସର୍ବପ୍ରଥମେ ଜହ୍ନରେ ଜଳର ସନ୍ଧାନ କରିଥିଲା।

*ପୃଥିବୀରେ ତିନୋଟି ଦେଶ ସୁପର କମ୍ପ୍ୟୁଟର ତିଆରି କରୁଛନ୍ତି। ସେଥିମଧ୍ୟରେ ଭାରତ ଅନ୍ୟତମ। ଅନ୍ୟ ଦୁଇ ଦେଶ ହେଉଛି ଆମେରିକା ଓ ଜାପାନ।

*ଭାରତରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ମସ୍‌ଜିଦ୍‌ ଅଛି। ଯାହାକି ଅନ୍ୟ ଯେକୌଣସି ଦେଶର ମସ୍‌ଜିଦ୍‌ ସଂଖ୍ୟାଠାରୁ ଅଧିକ।

*ଭାରତୀୟ ଖାଦ୍ୟର ଆଦର ସାରା ପୃଥିବୀରେ ରହିଛି। ସେଥିପାଇଁ ତ ଲଣ୍ଡନରେ ଦିଲ୍ଲୀ, ମୁମ୍ବାଇ ଭଳି ସହରଠାରୁ ବି ଅଧିକ ଭାରତୀୟ ରେଷ୍ଟୁରାଣ୍ଟ ଅଛି।

*ଭାରତର ସଂସ୍କୃତ ଭାଷା ପୃଥିବୀର ସବୁ ଭାଷାଠାରୁ ପ୍ରାଚୀନ ଭାଷା ଭାବେ ପରିଚିତ। ଏହି ଭାଷାକୁ ଦେବଭାଷା କୁହାଯିବା ସହ ସବୁ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ।

*ଉତ୍ତର ପ୍ରଦେଶର ବାରାଣସୀ ସହରକୁ ପୃଥିବୀର ସବୁଠାରୁ ପୁରାତନ ସହର ବୋଲି ଧରାଯାଏ।

*ସ୍ବିଜରଲାଣ୍ଡରେ ମେ’ ମାସ ୨୬ ତାରିଖକୁ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଶାଇଲମ୍ୟାନ ଏପିଜେ ଅବ୍‌ଦୁଲ କଲାମଙ୍କୁ ସମର୍ପିତ କରି ‘ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଏ। କାରଣ ଉପରୋକ୍ତ ଦିନ ଅବ୍‌ଦୁଲ କଲାମ ସ୍ବିଜରଲାଣ୍ଡ ଗସ୍ତରେ ଯାଇଥିଲେ।

*୧୯୩୬ ବର୍ଲିନ ହକି ଅଲମ୍ପିକରେ ଜର୍ମାନୀକୁ ୮-୧ ଗୋଲରେ ଭାରତ ହରାଇବା ପରେ ହକିର ଯାଦୁକରଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କୁ ହିଟଲର୍‌ ଜର୍ମାନୀର ନାଗରିକତା, ସେନାରେ ଉଚ୍ଚପଦବୀ ଓ ଜର୍ମାନୀ ଦଳରେ ଖେଳିବାର ପ୍ରସ୍ତାବ ଦେଇଥିଲେ। ହେଲେ ଧ୍ୟାନଚାନ୍ଦ ସେ ପ୍ରସ୍ତାବକୁ ମନା କରି ଦେଇଥିଲେ।

*ବିଶ୍ୱର ସର୍ବପ୍ରଥମ ବିଶ୍ୱ ବିଦ୍ୟାଳୟ ‘ନାଳନ୍ଦା’ ଭାରତର ତକ୍ଷଶୀଳାରେ ଥିଲା, ଯାହାକି ଖ୍ରୀ.ପୂ. ୭୦୦ରେ ନିର୍ମିତ ହୋଇଥିଲା। ଏଠାରେ୧୦,୫୦୦ ଛାତ୍ରୀଛାତ୍ର ୬୦ରୁ ଉର୍ଦ୍ଧ୍ୱ ବିଷୟରେ ଅଧ୍ୟୟନ କରୁଥିଲେ। ଶିକ୍ଷା କ୍ଷେତ୍ରରେ ଭାରତର ଏହା ଥିଲା ସବୁଠାରୁ ବଡ଼ ସଫଳତା।

*ଭାରତ ହେଉଛି ପୃଥିବୀର ସବୁଠାରୁ ଅଧିକ ଡାକଘର ଥିବା ଦେଶ। ସାରା ଭାରତରେ ୧,୫୫,୬୧୮ ଡାକଘର ଅଛି। ପୃଥିବୀର ସବୁଠାରୁ ଉଚ୍ଚତାରେ ଥିବା ଡାକଘର ମଧ୍ୟ ଭାରତରେ ଅଛି। ତାହା ହିମାଚଳପ୍ରଦେଶ,ସ୍ପିତି ଭ୍ୟାଲିସ୍ଥ ହିକ୍କିମ ଗ୍ରାମରେ ଅଛି। ଶ୍ରୀନଗରର ଡାଲ ହ୍ରଦରେ ପୃଥିବୀର ଏକମାତ୍ର ଭାସମାନ ଡାକଘର ଅଛି।

Share