Categories: ଜାତୀୟ

ଫଟୋରେ ମୋ ମୁହଁ କ୍ରୋଧିତ ଦେଖା ଯାଉଛି, ଚା ପିଇବାକୁ ଦିଅ, କିଛି ଖାଇବାକୁ ଆଣିଛ : ଛାତ୍ରଙ୍କୁ କହିଲେ ମୋଦି,ଭିଡିଓ ଭାଇରାଲ…

ଅଯୋଧ୍ୟା,୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଲୋକଙ୍କୁ ଉପହାର ଦେଇଛନ୍ତି। ଅଯୋଧ୍ୟା ଧାମ ରେଳ ଷ୍ଟେଶନର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ୨ଟି ଅମୃତ ଭାରତ ଏବଂ ୬ ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅମୃତ ଭାରତ ଟ୍ରେନରେ ବସିଥିବା କିଛି ସ୍କୁଲ ପିଲାଙ୍କୁ ଭେଟିଥିଲେ।

ପିଲାମାନଙ୍କ ସହ ସାକ୍ଷାତ ସମୟରେ ପିଏମ ମୋଦିଙ୍କୁ ଏକ ନିଆରା ଶୈଳୀରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ପିଲାମାନଙ୍କ ସହ ହସୁଥିବା ଏବଂ ଥଟ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଯେତେବେଳେ ପିଲାମାନେ ପିଏମ ମୋଦିଙ୍କ ଫଟୋ ଦେଖାଇଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସେହି ଫଟୋରେ କ୍ରୋଧିତ ଦେଖାଯାଉଛନ୍ତି।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ପିଲାମାନଙ୍କୁ ଚା ପିଇବାକୁ ଦିଅ କହିଛନ୍ତି। କିଛି ଖାଇବାକୁ ଆଣି ନ କି ବୋଲି ପ୍ରଶ୍ନ କରିଥିଲେ। ଏହି ସମୟ ମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

 

Share