ମୋ ପରିବାର ଏବେ ବିପଦରେ: କାହିଁକି ଏମିତି କହିଲେ ସଲମାନ

ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜ ଘର ଉପରେ ହୋଇଥିବା ଗୁଳିକାଣ୍ଡକୁ ନେଇ ମୁହଁ ଖୋଲିଛନ୍ତି। ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି, ମୁଁ ବୃତ୍ତି ଅନୁଯାୟୀ ଜଣେ ଚଳଚ୍ଚିତ୍ର ଅଭିନେତା ଏବଂ ଗତ ୩୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଆସୁଛି। ଅନେକ ଥର ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ମୋର ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କ ଭିଡ଼ ଜମିଥାଏ। ଆହୁରି ମଧ୍ୟ, ମୋ ଘରେ ଭୋଜି ହେଲେ ବନ୍ଧୁ ଏବଂ ପରିବାର, ମୋ ବାପା ଆସନ୍ତି, ମୁଁ ମଧ୍ୟ ତାଙ୍କ ସହିତ ବାଲକୋନୀରେ ସମୟ ବିତାଇଥାଏ। କାମ ସରିବା ପରେ କିମ୍ବା ସକାଳେ ଉଠିବା ପରେ ମଧ୍ୟ ମୁଁ ବାଲକୋନୀକୁ ଯାଇ କିଛି ତାଜା ପବନ ନେଇଥାଏ। ମୁଁ ନିଜ ପାଇଁ ବ୍ୟକ୍ତିଗତ ସୁରକ୍ଷା ମଧ୍ୟ ନିଯୁକ୍ତ କରିଛି।
ସଲମାନ ଖାନ ଆହୁରି କହିଛନ୍ତି, ମୋ ବାପା ଏକ ଚିଠି ପାଇଥିଲେ, ଏଥିରେ ମୁଁ ଏବଂ ମୋ ପରିବାରକୁ ଧମକ ଦିଆଯାଇଥିଲା। ଏହି ଚିଠିକୁ ମୋର ଆପାର୍ଟମେଣ୍ଟ ବିଲଡିଂର ଅପର ପାର୍ଶ୍ୱରେ ଥିବା ବେଞ୍ଚରେ ରଖାଯାଇଥିଲା। ୨୦୨୨ରେ ମୋ ବାପା ବାନ୍ଦ୍ରା ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ଏହା ବ୍ୟତୀତ ସଲମାନ ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି,ମାର୍ଚ୍ଚ ୨୦୨୩ରେ ମୁଁ ମୋର ଦଳର ଜଣେ କର୍ମଚାରୀଙ୍କଠାରୁ ମୋର ଅଫିସିଆଲ ଇ-ମେଲ ଆଇଡିରେ ଏକ ମେଲ ପାଇଥିଲି, ଯେଉଁଥିରେ ଲରେନ୍ସ ବିଷ୍ଣୋଇ ମୋତେ ଏବଂ ମୋ ପରିବାରକୁ ଧମକ ଦେଇଥିଲେ। ମୋ ଟିମ୍‌ ମଧ୍ୟ ଏ ସମ୍ପର୍କରେ ବାନ୍ଦ୍ରା ପୋଲିସ ଷ୍ଟେଶସନରେ ଅଭିଯୋଗ କରିଥିଲେ।
ସଲମାନ ଆହୁରି ମଧ୍ୟ କହିଥିଲେ ଯେ ଥରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ତାଙ୍କ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କଲେ। ସଲମାନ କହିଛନ୍ତି, ଚଳିତ ବର୍ଷ ଜାନୁଆରୀରେ ଦୁଇଜଣ ଲୋକ ନକଲି ନାମ ଏବଂ ପରିଚୟ ପତ୍ର ସହିତ ପାନଭେଲରେ ଥିବା ମୋର ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ପରେ ପାନଭେଲ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମୁଁ ପୋଲିସଠାରୁ ଜାଣିବାକୁ ପାଇଲି ଯେ ଦୁହେଁ ଅପରାଧୀ ଯିଏ ମୋ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସେମାନେ ରାଜସ୍ଥାନର ଫାଜିଲ୍କା ଗାଁର ଥିଲେ, ଯାହା ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଅଟନ୍ତି। ଲରେନ୍ସ ବିଷ୍ଣୋଇ ମୋ ପରିବାର ଏବେ ବିପଦରେ ଅଛନ୍ତି।
ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରେ ଏପ୍ରିଲ ୧୪ରେ ଗୁଳିମାଡ ହୋଇଥିଲେ। ସକାଳ ପ୍ରାୟ୫ଟା ସମୟରେ ଭାଇଜାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ବିନିମୟ ହୋଇଥିଲା। ୨ ଆକ୍ରମଣକାରୀ ବାଇକ୍ରେ ଚଢି ଫାଙ୍କା ଗୁଳି ଚଳାଇ ପଳାଇ ଯାଇଥିଲେ।

Share