Categories: ଫୁରସତ

ମୋ ବାପାଙ୍କର ଅଛନ୍ତି ୬ ସ୍ତ୍ରୀ,୪୫ ସନ୍ତାନ: ରହସ୍ୟ ଉନ୍ମୋଚନ କଲେ ଝିଅ

ବିବାହ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ଏହି ପବିତ୍ର ବନ୍ଧନ ବିଷୟରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ବିଶ୍ୱାସ ପ୍ରଚଳିତ। ଅନେକ ଲୋକ କେବଳ ଗୋଟିଏ ବିବାହରେ ଖୁସି ଥିବାବେଳେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ବିବାହ କରନ୍ତି। ବର୍ତ୍ତମାନ ଜଣେ ଆମେରିକୀୟ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଝିଅ ହିଁ ବାପାଙ୍କ ରହସ୍ୟ ଉନ୍ମୋଚନ କରିଛନ୍ତି।
ମହିଳାଙ୍କ ନାମ ହେଉଛି ଆଶଲେ ସାଣ୍ଡମିର। ଆଶଲେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକରେ ଏକ ଭିଡିଓ ଶେୟାର କରି ତାଙ୍କ ବାପାଙ୍କ ବିଷୟରେ କହିଛନ୍ତି। ଆଶଲେ କହିଛନ୍ତି, ତାଙ୍କ ବାପା ୬ଟି ବିବାହ କରିଛନ୍ତି। ତାଙ୍କର ମୋଟ ୪୫ ସନ୍ତାନ ଅଛନ୍ତି। ମୁଁ ସେମାନଙ୍କ ମଧ୍ୟରୁ ଜଣେ। ମୋ ନିଜ ମା’ ସମୁଦାୟ ୧୨ ସନ୍ତାନ ଜନ୍ମ ଦେଇଥିବାବେଳେ ବାପାଙ୍କ ଅନ୍ୟ ସ୍ତ୍ରୀମାନେ ମଧ୍ୟ ଅନେକ ସନ୍ତାନ ଜନ୍ମ ଦେଇଛନ୍ତି। ମୋର ସମୁଦାୟ ୪୫ ଭାଇଭଉଣୀ କରିଛନ୍ତି। ମୁଁ ମୋର ପିତାଙ୍କ ୩୮ତମ ଝିଅ। ତାଙ୍କ ଭଉଣୀମାନଙ୍କ ମଧ୍ୟରେ ଜ୍ୟେଷ୍ଠଙ୍କୁ ୫୫ ବର୍ଷ ହୋଇଥିବାବେଳେ ସାନ ୧୨ ବର୍ଷ ବୟସ।
ଆଶଲେଙ୍କ ଅନୁଯାୟୀ, ପୂର୍ବରୁ ତାଙ୍କ ବାପା ଏବଂ ତାଙ୍କର ସମସ୍ତ ସ୍ତ୍ରୀ ଏବଂ ସମସ୍ତ ସନ୍ତାନ ଆମେରିକାର ନେଭାଡାରେ ଏକାଠି ରହୁଥିଲେ। କିନ୍ତୁ ଯେତେବେଳେ ଆସଲେଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିଲା, ସେତେବେଳେ ସେମାନଙ୍କର ସମସ୍ତ ପରିବାର ଭାଙ୍ଗି ଯାଇଥିଲେ। ଏଭଳି ପରିସ୍ଥିତିରେ ସେ ତାଙ୍କ ମାଙ୍କ ସହ ଉହାଟରେ ରହିବାକୁ ଲାଗିଲେ।

 

Share