Categories: ଜାତୀୟ

ମୋ ପିତା କରିଥିଲେ ମୋର ଯୌନ ଶୋଷଣ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ…

ନୂଆଦିଲ୍ଲୀ,୧୧।୩ : ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ) ଅଧ୍ୟକ୍ଷା ସ୍ବତୀ ମାଲିୱାଲ ଶନିବାର ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି। ତାଙ୍କ ପିତାଙ୍କୁ ପିଲାଦିନେ ତାଙ୍କ ପ୍ରତି ଯୌନ ଶୋଷଣ କରିଥିବା ଅଭିଯୋଗ ସେ କରିଛନ୍ତି। ନ୍ୟୁଜ ଏଜେନ୍ସି ସହିତ ଏକ ବାର୍ତ୍ତାଳାପରେ ସ୍ବାତୀ କହିଛନ୍ତି, ମୋର ନିଜ ବାପା ମୋ ଉପରେ ଛୋଟ ବେଳେ ଏଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ସେ ମତେ ବହୁତ ମାଡ ମାରୁଥିଲେ।

ଯେତେବେଳେ ସେ ଘରକୁ ଆସୁଥିଲେ, ମୁଁ ବହୁତ ଡରି ଯାଉଥିଲି, ଅନେକ ଥର ମୁଁ ବିଛଣା ତଳେ ଲୁଚି ରହୁଥିଲି ଏବଂ ରାତିସାରା ମହିଳାମାନଙ୍କୁ ସେମାନଙ୍କର ଅଧିକାର ଏବଂ ଏହି ପ୍ରକାରର ପୁରୁଷଙ୍କଠାରୁ କିପରି ସୁରକ୍ଷା ଦେବି ତାହାର ଯୋଜନା କରୁଥିଲି। ଯେଉଁମାନେ ମହିଳାମାନଙ୍କୁ ଶୋଷଣ କରନ୍ତି, ଝିଅମାନଙ୍କୁ ଶୋଷଣ କରନ୍ତି, ମୁଁ ସେମାନଙ୍କୁ ଏକ ଶିକ୍ଷା ଦେବି ।

ତାଙ୍କର ହୃଦୟର ବ୍ୟଥା ବଖାଣି ସେ କହିଛନ୍ତି, ମୋର ମନେ ଅଛି, ଯେତେବେଳେ ସେ ମୋତେ ମାରିବାକୁ ଆସୁଥିଲେ, ସେ ମୋ କେଶକୁ ଧରି କାନ୍ଥରେ ଜୋରରେ ପିଟି ଦେଉଥିଲେ। ମୋ ମୁଣ୍ଡରେ କ୍ଷତ ହୋଇ ସେଥିରୁ ରକ୍ତ ବାହାରୁଥିଲା। ବହୁତ ଯନ୍ତ୍ରଣା ହେଉଥିଲା।

ମୁଁ ବିଶ୍ୱାସ କରେ ଯେ ଯେତେବେଳେ ଜଣେ ବ୍ୟକ୍ତି ବହୁତ ଯନ୍ତ୍ରଣା ଭୋଗନ୍ତି ସେତେବେଳେ କେବଳ ସେ ହିଁ ଅନ୍ୟମାନଙ୍କ ଯନ୍ତ୍ରଣା ବୁଝିପାରନ୍ତି। କେବଳ ସେତେବେଳେ ତାଙ୍କ ଭିତରେ ଏପରି ମନୋବୃତି ଜାଗ୍ରତ ହୁଏ, ଯାହାଫଳରେ ସେ ପୁରା ସିଷ୍ଟମକୁ ବଦଳାଇ ଦେଇ ପାରିଥାନ୍ତି। ବୋଧହୁଏ ମୋ ଘଟଣା ଭଳି ଆମର ସମସ୍ତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କର ମଧ୍ୟ ସମାନ କାହାଣୀ ଅଛି।

Share