Posted inଫୁରସତ

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି ଅତି ଉନ୍ନତ। କ୍ରମଶଃ ମୋର ଶିକ୍ଷକ ରୂପେ ଦାୟିତ୍ୱବୋଧ ବଢ଼ିଲା। ମୋର ଅନୁଭବ ହେଲା, ଶିକ୍ଷକ ହେବା ଏବଂ ଶିକ୍ଷାଦାନ କରିବା ଏକ ଭିନ୍ନ ଓ ଗୁରୁତ୍ୱପୂର୍ଣ୍ଣ କଥା। ସେହି ବିଦ୍ୟାଳୟରେ ମୋର ପ୍ରଥମ ରୋଜଗାର ଥିଲା ମାତ୍ର ପାଞ୍ଚଶହ ଟଙ୍କା; ଯାହାକୁ ଆଣି ମୁଁ ମୋ ମା’ଙ୍କ ହାତରେ ଦେଇଥିଲି। କିଛିଦିନ ସେଇ ବିଦ୍ୟାଳୟରେ ଶିକ୍ଷାଦାନ କଲାପରେ ଓଡ଼ିଶା ସରକାରଙ୍କ ଶିକ୍ଷକ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଜୟପୁରରେ ସରକାରୀ ଶିକ୍ଷକ ତାଲିମ୍‌ ପାଇଁ ମୁଁ ଯୋଗ୍ୟ ବିବେଚିତ ହେଲି। ବିଷମକଟକ ଭାୟା ସୁନାବେଡ଼ା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରେ ତାଲିମ୍‌ ନେବା ପରେ କିଛିଦିନ ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗଦେଲି। ପରେ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ କିଛିଦିନ ଶିକ୍ଷକତା କଲି। ଆଉ ବର୍ତ୍ତମାନ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ କାଶୀପୁରଠାରେ ଏଗ୍ରିକଲ୍‌ଚର ଅଫିସର(ଏଓ) ରୂପେ ଅବସ୍ଥାପିତ। ସେତେବେଳର ପାଞ୍ଚଶହ ଟଙ୍କା ବର୍ତ୍ତମାନ ରୋଜଗାରଠାରୁ କମ୍‌ ହୋଇପାରେ କିନ୍ତୁ ପ୍ରଥମ ରୋଜଗାର ମନରେ ନିଆରା ପୁଲକ ଭରିଦେଇଥିଲା। ଏହା ମୋତେ ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଥିଲା; ଯାହାର ଫଳସ୍ବରୂପ ଆଜି ମୁଁ ଏହି ସ୍ଥାନରେ ଆସି ପହଞ୍ଚତ୍ପାରିଛି। ତେବେ ବୃତ୍ତି ମୋର ସରକାରୀ ଚାକିରି ହେଲେ ହେଁ ପ୍ରବୃତ୍ତି କିନ୍ତୁ ଲେଖାଲେଖି। ମୋ ଅଜା ସ୍ବର୍ଗତ ଘାସିରାମ ନାୟକ ଟିକିରି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ। ତାଳପତ୍ର ପୋଥିରେ ଅଜାଙ୍କ ଲିଖିତ ବିଭିନ୍ନ ଉପାଦେୟ ଲେଖା ଆମ ଘରେ ସାହିତ୍ୟ ଲେଖିବାର ପରିବେଶ ସୃଷ୍ଟି କରିଥିଲା। ଏହାସହ ମା’ ଭଗବତୀଙ୍କ ଆଶୀର୍ବାଦରୁ ନବମ ଶ୍ରେଣୀରୁ ମୁଁ କବିତା ମନସ୍କ ହେଲି। ବିଦ୍ୟାଳୟର ପାଠ୍ୟପୁସ୍ତକ, ମୋର ଶିକ୍ଷକ, କାଶୀପୁର ମାଟିର ପ୍ରକୃତିକୋଳ, ବରିଷ୍ଠ ସାହିତି୍ୟକମାନଙ୍କର ପ୍ରେରଣା ସହ ମୋ ମା’ବାପାଙ୍କ ସହଯୋଗ ମୋତେ ଲେଖାଲେଖି ଦିଗରେ ଆଗେଇନେଲା। କ୍ରମଶଃ ମୋର କବିତା, ଫିଚର, ସ୍ତମ୍ଭ, ଗଳ୍ପଗୁଡ଼ିକ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହେଲା। କାଶୀପୁର ଭଳି ଉପାନ୍ତ ଅଞ୍ଚଳରେ ସାହିତ୍ୟର ପରିବେଶ ସୃଷ୍ଟି କରିବା କାଠିକର ପାଠ, ତଥାପି ଯେ ଅସମ୍ଭବ ନୁହେଁ ଏହା ମୁଁ ଅନୁଭବ କଲି। ଏଠାକାର ଦିଗନ୍ତ ବିସ୍ତାରିତ ମାଳଭୂମି, ସୌନ୍ଦର୍ଯ୍ୟ ବିମଣ୍ଡିତ ପ୍ରକୃତିକୋଳ କବିପ୍ରାଣ ମନକୁ ଆନମନା କରିଦିଏ। ଏହାଛଡ଼ା ଜଣେ ଚାହିଁଲେ ଜନଜାତିଙ୍କ ଉପରେ ଗବେଷଣା ବି କରିପାରିବେ। ମୋର ଏ ଜନଜାତିଙ୍କ ସମ୍ପର୍କରେ ଲିଖିତ ପ୍ରଥମ ପୁସ୍ତକ ହେଉଛି ‘ପେଙ୍ଗ ପରଜା’। ସବୁବେଳେ ମୁଁ ମୌଳିକ ଲେଖାକୁ ଗୁରୁତ୍ୱ ଦେଇଆସିଛି। କିଛି ନୂଆ କରିବା ଦିଗରେ ଅଧିକ ଯତ୍ନଶୀଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri