‘ମୁଁ ଦୁଃଖରେ ଥିଲେ ମୋ ପ୍ରେମିକା ମୋତେ ଖୁସି କରନ୍ତି’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି। ଦୁହେଁ ଅଧିକାଂଶ ସମୟ ଏକାଠି ନଜର ଆସିଥାନ୍ତି। ତେବେ ଅର୍ଜୁନ ଏବଂ ମଲାଇକା ସେମାନଙ୍କ ସମ୍ପର୍କକୁ ଦୀର୍ଘଦିନ ପର୍ଯ୍ୟନ୍ତ ଗୁପ୍ତ ରଖିଥିଲେ। କିନ୍ତୁ ବର୍ତ୍ତମାନ ଦୁହେଁ ଖୋଲାଖୋଲି ଭାବେ ସେମାନଙ୍କ ସମ୍ପର୍କକୁ ପ୍ରକାଶ କରିଛନ୍ତି। ଅର୍ଜୁନ ତାଙ୍କ ଲେଡି ଲଭ୍‌ଙ୍କ ସହିତ ଏକ ନୂଆ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟେ ବେଶ୍‌ ଖୁସି ଜଣାପଡୁଛନ୍ତି।

ଅର୍ଜୁନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଆଜିକାଲି ଅର୍ଜୁନ ସୋସିଆଲ ମିଡିଆ ଜରିଆରେ ତାଙ୍କ ଲେଡି ଲଭ୍‌ଙ୍କୁ ଅଧିକ ପ୍ରେମ କରୁଥିବା ଦେଖାଯାଉଛି।

ଅର୍ଜୁନ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋଟି ଶେୟାର କରିଛନ୍ତି। ଯେଉଁଥିରେ ମଲାଇକା ଏକ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ସେହିପରି ଅର୍ଜୁନ କଳା କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି। ଫଟୋରେ ମଲାଇକା ପଛ କରି ହସୁଛନ୍ତି। ଅର୍ଜୁନ ବି ମଲାଇକାଙ୍କୁ ଦେଖି ହସୁଛନ୍ତି। ଫଟୋ ଶେୟାର କରି ଅର୍ଜୁନ କ୍ୟାପଶନ ଲେଖିଛନ୍ତି, ‘ଯେତେବେଳେ ମୁଁ ଦୁଃଖରେ ଥାଏ, ସେ ମୋତେ ଖୁସି କରନ୍ତି।’

ଦୁହିଁଙ୍କର ଏହି ଫଟୋକୁ ପ୍ରଶଂସକମାନଙ୍କ ସହ ବଲିଉଡ୍‌ର ଅନେକ ତାରକା ବି ପସନ୍ଦ କରିଛନ୍ତି। ଇଶା ଗୁପ୍ତା, ଭୂମି ପେଡେନକର, ତାହିରା କାଶ୍ୟପ, ମହିପ କପୁର ପ୍ରମୁଖ ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି।

Share