ନୂଆଦିଲ୍ଲୀ,୨୮।୧୨:ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ‘ପପୁ’ ଡକାଯିବାକୁ ନେଇ ସେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ‘ପପୁ’ ଡକାଯିବାକୁ ନେଇ କୌଣସି ଆପତ୍ତି ନାହିଁ। କାରଣ ଏହା ବିରୋଧୀଙ୍କ ପ୍ରଚାର ଅଭିଯାନର ଏକ ଅଂଶ। ମୋ ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କୁ ଆଇରନ ଲେଡି କୁହାଯିବା ପୂର୍ବରୁ ତାଙ୍କୁ ମୁକ କୁହାଯାଉଥିଲା। ହଠାତ୍ ମୁକ କଣ୍ଢେଇ ଆଇରନ ଲେଡି ହୋଇଗଲା। ତେଣୁ କିଏ କ’ଣ କହିଲା ମୁଁ ଧ୍ୟାନ ଦେଉନାହିଁ। ଭାରତ ଯୋଡୋ ଯାତ୍ରା ବିରୋଧୀଙ୍କ ହୃଦୟରେ ଭୟ ସୃଷ୍ଟି କରିଛି।
ଜୀବନରେ ଇନ୍ଦିରା ଗାନ୍ଧୀଙ୍କ ଗୁଣ ଥିବା ଜଣେ ମହିଳା ପାଇବାକୁ ଚାହୁଁଛ କି ପ୍ରଶ୍ନରେ ରାହୁଲ କହିଛନ୍ତି, ଏହା ଏକ ମଜାଦାର ପ୍ରଶ୍ନ। କିନ୍ତୁ ମୁଁ କହିବାକୁ ଚାହେଁ ଯେ, ମୋ ମା’ ଏବଂ ଜେଜେମାଙ୍କର ମିଶ୍ରଣ ଗୁଣ ଥିବା ଭଲ।
ଏହି ସାକ୍ଷାତକାରରେ ରାହୁଲ ନିଜ ପ୍ରିୟ ବାଇକ୍ ବିଷୟରେ ମଧ୍ୟ ଖୁଲାସା କରିଥିଲେ। ରାହୁଲ କହିଛନ୍ତି, ସେ ଏନ୍ଫିଲ୍ଡକୁ ଆଦୌ ପସନ୍ଦ କରନ୍ତି ନାହିଁ। ୟାମାହା ଆରଡି୩୫୦ ଚଲାଇବାକୁ ସେ ପସନ୍ଦ କରନ୍ତି। ଲଣ୍ଡନରେ ଥିବାବେଳେ ତାଙ୍କ ପାଖରେ ଏପ୍ରିଲିଆ ଆରଏସ୍ ୨୫୦ ବାଇକ ଥିଲା।