Categories: ଖେଳ

ମୋ ହୃଦୟ ଭାଙ୍ଗିଯାଇଥିଲା, କାହିଁକି ଏମିତି କହିଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୫।୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟର ଚତୁର୍ଥ ଇନିଂସରେ ଅପରାଜିତ ୮୯ ସ୍କୋର କରି ଉଇକେଟ କିପର ରିଷଭ ପନ୍ତ ଭାରତକୁ ଐତିହାସିକ ବିଜୟ ଦେଇଥିଲେ। ପନ୍ତଙ୍କ ଇନିଂସରେ ଭାରତ ବ୍ରିସବେନରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରି ବର୍ଡର-ଗାଭାସ୍କର ଟ୍ରଫିକୁ ମଧ୍ୟ କବଜା କରିଥିଲା। ବ୍ରିସବେନରେ ଖେଳାଯାଇଥିବା ଚମତ୍କାର ଇନିଂସ ଥିବାରୁ ସମସ୍ତେ ପନ୍ତଙ୍କୁ ପ୍ରଶଂସା କରୁଛନ୍ତି। ୨୦୧୯ ବିଶ୍ୱକପ୍‌ ସେମିଫାଇନାଲରେ ଖରାପ ଶଟ ଖେଳିବା ପରେ ତାଙ୍କୁ ଦଳରୁ ବିଦା କରାଯାଇଥିଲା। ୨୦୧୯ ବିଶ୍ୱକପ ସେମିଫାଇନାଲ ପରାଜୟକୁ ନେଇ ପନ୍ତ ଏବେ ପ୍ରତିକ୍ରିୟା ରଖିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ରିଷଭ ପନ୍ତ କହିଛନ୍ତି ଯେ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଦଳ ଜିତିବାର ଏକ ବଡ଼ ସୁଯୋଗ ଥିଲା କିନ୍ତୁ ସେ ଏହାକୁ ହରାଇଥିଲେ। ଏହା ମୋ ପାଇଁ ଏକ ହୃଦୟ ବିଦାରକ ମୁହୂର୍ତ୍ତ ଥିଲା। ଟିମ ଇଣ୍ଡିଆ ପାଇଁ ମୋର କିଛି କରିବାର ସୁଯୋଗ ଥିଲା।ଏତେ ବଡ ସୁଯୋଗ କେବେ ଆସିବ ମୁଁ ଜାଣି ନ ଥିଲି। ଏକ ଖରାପ ସଟ ଖେଳିବା ମୁଁ ସୁଯୋଗ ହାତଛଡା କରିଥିଲି ବୋଲି ପନ୍ତ କହିଛନ୍ତି। ସେଦିନ ମୋ ହୃଦୟ ଭାଙ୍ଗିଯାଇଥିଲା। ମୁଁ କେବେ ବି ଭାବି ନ ଥିଲି ଦଳକୁ ଜିତାଇବା ପାଇଁ ମୋତେ ଆଉ ସୁଯୋଗ ଆସିବ। କିନ୍ତୁ ବ୍ରିସ୍‌ବେନ୍‌ରେ ଦଳକୁ ଜିତାଇ ବହୁତ୍‌ ଖୁସି ଥିବା ସେ କହିଛନ୍ତି।

Share