ମୋ ଜଙ୍ଗଲ ଜମି ଯୋଜନା ବାଟବଣା

ନୟାଗଡ଼,୧୩।୯(ଲୋକନାଥ ମିଶ୍ର): ମୋ ଜଙ୍ଗଲ ଜମି ଯୋଜନା ନୟାଗଡ଼ ଜିଲାରେ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧନ ନିୟମାବଳି ୨୦୧୨ କାର୍ଯ୍ୟକାରୀ ହେଉଥିଲେ ହେଁ ନୟାଗଡ଼ ଜିଲାର ବନବାସୀ କାହିଁକି ଉପେକ୍ଷିତ ହେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଜମି ପଟ୍ଟା ମିଳିବାରେ ବିଳମ୍ବ, ଯୁଗ୍ମ ତଦନ୍ତରେ ବନବିଭାଗର ଅସହଯୋଗ, ଉପଖଣ୍ଡସ୍ତରୀୟ କମିଟିରେ ଫାଇଲ ପଡି ରହିବା, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପଟ୍ଟା ମିଳିଥିଲେ ମଧ୍ୟ ଜମି ଚିହ୍ନଟରେ ଅଣଦେଖା, ଜିଲାସ୍ତରୀୟ କମିଟିରେ ମଞ୍ଜୁର ପରେ ବି ଜଙ୍ଗଲ ଜମି ପଟ୍ଟା ହିତାଧିକାରୀ ପାଉ ନ ଥିବା ଅନୁରୂପ ଅଭିଯୋଗ ହୋଇ ଆସୁଛି।ବନବିଭାଗର ଜମିଦାର ପରି ବ୍ୟବହାର ବନବାସୀଙ୍କୁ ଅଭିଶପ୍ତ ଜୀବନ ବିତାଉବାକୁ ବାଧ୍ୟ କରୁଛି। ବନବିଭାଗ ଜମିଦାର ପରି ଦେଖାଇ ହେଉଥିବାରୁ ବନବାସୀମାନେ ଅଣଦେଖା ହୋଇ ରହି ଯାଉଛନ୍ତି ବୋଲି କଟକ ଏମ୍‌ପି ଭତ୍ତୃହରୀ ମହତାବ ଗତ ଅଗଷ୍ଟ ୧୪ ଜିଲା ପରିଷଦ ବୈଠକରେ କହିି କ୍ଷୋଭ ପ୍ରକାଶ କରିଥିଲେ। ବନବାସୀଙ୍କୁ ସହଯୋଗ କରିବାକୁ ଏମ୍‌ପି ବନବିଭାଗକୁ ପରାମର୍ଶ ଦେଇଥିଲେ। ଏମ୍‌ପିଙ୍କ ବନବିଭାଗ ଉପରେ ଟିପ୍ପଣୀକୁ ନେଇ ବନବିଭାଗ ଉପରେ ଜିଲା ପରିଷଦ ବୈଠକରେ ଅସନ୍ତୋଷ ଓ ଉଦ୍‌ବେଗ ପ୍ରକାଶ ପାଇଥିଲା।
ଏନେଇ ବଙ୍କତଳା ଜଙ୍ଗଲ ଅଧିକାର କମିଟି ସଭାପତି ଲକ୍ଷ୍ମୀଧର ମୁଦୁଲି, ଟାକେରା ଜଙ୍ଗଲ ଅଧିକାର କମିଟି ସଭାପତି ସୁବାସ ଜାନି, ତିଳାବାଡି ଜଙ୍ଗଲ ଅଧିକାର କମିଟି ସଭାପତି ଶରତ ମାଝି କୁହନ୍ତି, ଜଙ୍ଗଲ ଅଧିକାର ଆଇନ ଏକ ଐତିହାସିକ ପଦକ୍ଷେପ। ବନବାସୀଙ୍କ ବହୁଦିନର ଦାବି ପୂରଣ ହୋଇଛି। ତେବେ ଆଇନର ଫାଙ୍କ ଯୋଗୁ ବନବସୀ ସୁଫଳ ପାଉ ନାହାନ୍ତି। ବନବିଭାଗ ଓ ରାଜସ୍ବ ବିଭାଗର ବୁଝାମୁଣା ଅଭାବରୁ ବିଳମ୍ବରେ ଜଙ୍ଗଲ ଅଧିକାର ପଟ୍ଟା ମିଳୁଛି। ଗୋଷ୍ଠୀଗତ ପଟ୍ଟା ଦିଆ ଯାଉଥିଲେ ମଧ୍ୟ ଜଙ୍ଗଲର ସୀମା ନିର୍ଦ୍ଧାରଣ କରିବାରେ ବନବିଭାଗ ସମୟ ଗଡାଇ ଚାଲୁଛି। ପୁଣି ବ୍ୟକ୍ତିଗତ ଜମିପଟ୍ଟା ଦିଆ ଯାଉଥିଲେ ମଧ୍ୟ ୨୦୧୬ରୁ ଅନେକ ବନବସୀ ପଟ୍ଟା ପାଇଛନ୍ତି। ହେଲେ ସେମାନଙ୍କୁ ଏଯାବତ ଜମି ମଡାଣ ଦିଆ ଯାଉନି। ପୁଣ ଉପଖଣ୍ଡସ୍ତରୀୟ କମିଟିରେ ଦରଖାସ୍ତ ବହୁ ଦିନ ଧରି ପଡି ରହୁଛି। ଏଣୁ ବନବାସୀ ହଇରାଣ ହୋଇ ଚାଲିଛନ୍ତି। ଗଣିଆ ବ୍ଳକ ବଡସିଲିଙ୍ଗା ପଞ୍ଚାୟତ ଗୋଛାବାରୀ ଆଦିମ ଅଧିବାସୀ ମୁକ୍ତି ମଞ୍ଚ ସଂଯୋଜକ ପ୍ରଫୁଲ କୁମାର ନାୟକ କୁହନ୍ତି, ମୋ ଜଙ୍ଗଲ ଜମି ଯୋଜନା ତଥା ଜଙ୍ଗଳ ଅଧିକାର ଆଇନର ଠିକ କାର୍ଯ୍ୟକାରୀ ଓ ଅଞ୍ଚଳର ବିଭିନ୍ନ ସସମ୍ୟା ସମାଧାନ ଦାବି ନେଇ ଓଡ଼ିଶା ଜଙ୍ଗଲ ଅଧିକାର ମଞ୍ଚ ନିଷ୍ପତ୍ତି କ୍ରମେ ସେପ୍ଟେମ୍ବର ୨୩ରେ ଗୋଛାବାରୀ ଆଦିମ ଅଧିବାସୀ ମୁକ୍ତି ମଞ୍ଚ ଓ ମୂଳ ନିବାସୀ ହିତକାରୀ ସଙ୍ଗଠନ ଦଶପଲ୍ଲା ପକ୍ଷରୁ ନୟାଗଡ଼ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ଜଙ୍ଗଲ ଅଧିକାର ଆଇନର ମୌଳିକତାକୁ ଅକ୍ଷୂର୍ଣ୍ଣ ରଖି ଆଇନକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ସେହିପରି ଯୋଜନା କାର୍ଯ୍ୟକାରିତା ସମୟରେ ଜଙ୍ଗଲ ଅଧିକାର କମିଟିର ସମ୍ପୃକ୍ତି, ଗ୍ରାମବାସୀଙ୍କ ସହଭାଗିତା, ଗ୍ରାମସଭା ଦ୍ୱାରା ଅନୁମୋଦନକୁ ପ୍ରଧାନ୍ୟ ଦେବା ପାଇଁ ପ୍ରସ୍ତାବ ରହିଛି। ସେହିପରି ଜଙ୍ଗଲ ଅଧିକାର ଆଇନ ଅନୁସାରେ ବ୍ୟକ୍ତିଗତ, ଗୋଷ୍ଠିଗତ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବାର ଦାବି ରହିଛି। ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ ଦାବିଦାରମାନଙ୍କୁ ଓ ଗ୍ରାମସଭାକୁ ଜଙ୍ଗଲ ସମ୍ବଳ ସଂରକ୍ଷଣ ତଥା ବ୍ୟବହାର ପାଇଁ ଦିଆଯାଇଥିବା ପଟ୍ଟାକୁ ସଂଶୋଧନ କରାଯାଇ ରେକର୍ଡ ଅଫ୍‌ ରାଇଟ୍‌ ପ୍ରଦାନ କରିବା ପରି ଅନେକ ଦାବି ରହିଛି। ଦଶପଲ୍ଲା ବ୍ଳକ ବାଣିଗୋଛାର କନ୍ନଡି ମୂଳ ନିବାସୀ ହିତକାରୀ ସଙ୍ଗଠନ ସଂଯୋଜକ କର୍ଣ୍ଣ ଜାନି କୁହନ୍ତି, ଜଙ୍ଗଲ ଅଧିକାର ଆଇନରେ ସଂଶୋଧନ ଆଣିବାକୁ ସରକାରଙ୍କୁ ଆମ ଅନୁଷ୍ଠାନ ଦ୍ୱାରା ଅନେକ ପ୍ରସ୍ତାବ ଦିଆଯିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ। ସରକାରୀ ଜମିରୁ ଉଚ୍ଛେଦ ଆଦେଶ ବାତିଲ କରାଯାଇ ଭୁବନ୍ଦୋବସ୍ତ ଆଇନ ଅନୁସାରେ ଭୂମିହୀନଙ୍କୁ ବାସ ଓ ଚାଷ ପାଇଁ ଜମି ଯୋଗାଇ ଦିଆଯାଉ। ଭୂମିହୀନ ପରିବାରକୁ ଘର କରିବା ପାଇଁ ୪ ଡିସିମିଲି ବଦଳରେ ୧୦ ଡିସିମିଲି ଓ ଚାଷ ପାଇଁ ୨.୫ ଏକର ଜମି ଯୋଗାଇ ଦିଆଯାଉ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବାରର ମୁଣ୍ଡପିଛା ଦିଆ ଯାଉଥବବା ୫କେଜି ଚାଉଳକୁ ୧୦ କେଜି କରାଯାଉ ଓ ରିହାତି ଦରରେ ଡାଲି, ଚିନି, ତେଲ, ଅଟା କିରୋସିନର ଯୋଗାଣ ବ୍ୟବସ୍ଥା କରାଯାଉ। ପଞ୍ଚାୟତର ମୁଖ୍ୟ କାର୍ଯ୍ୟାଳୟରୁ ସବୁ ଗଁାକୁ ରାସ୍ତା ନିର୍ମାଣ ସହ ମୌଳିକ ସେବା ଯୋଗାଇବାର ବ୍ୟବସ୍ଥା କରାଯାଉ। ସରକାର ଆମର ଦାବି ଗୁଡିକ ଅନୁଧ୍ୟାନ କରି ପଦକ୍ଷେପ ନିଅନ୍ତୁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri