Categories: ଜାତୀୟ

ମୋ ଜୀବନ ପ୍ରତି ବିପଦ ଅଛି: ନୁହ ହିଂସାକାଣ୍ଡର ଅଭିଯୁକ୍ତ ମୋନୁ ମାନେସର

ଚଣ୍ଡିଗଡ,୩।୮: ନୁହ ହିଂସାକାଣ୍ଡ ଓ ଭେବାନୀରେ ନାସିର-ଜୁନାଦଙ୍କୁ ହତ୍ୟାକାରୀ ମୋନୁ ମାନେସର ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି। ସେ କହିଛନ୍ତି, ପୋଲିସ ମୋ ସୁରକ୍ଷାର ଗ୍ୟାରେଣ୍ଟି ଦେଲେ ମୁଁ ନିଶ୍ଚୟ ଆତ୍ମ ସମର୍ପଣ କରିଦେବି।

ସେ ଆହୁରି କହିଛନ୍ତି, ହତ୍ୟା ମାମଲାରେ ତାଙ୍କ ଓକିଲ ପୋଲିସ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ସେ ପ୍ରଶାସନକୁ ନିବେଦନ କରିଛନ୍ତି ଯେ, ତାଙ୍କ ସହ ବିଧାୟକ ମାମନ ଖାନଙ୍କୁ ଗିରଫ କରନ୍ତୁ। ବିଧାୟକଙ୍କୁ ଗିରଫ କଲେ ସେ ଆତ୍ମ ସମର୍ପଣ କରିବେ ବୋଲି କହିଛନ୍ତି।

Share